ଜାତୀୟ

ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ

ସାମ୍ବା : ସାମ୍ବା ସେକ୍ଟରର ଆନ୍ତର୍ଜାତିକ ସୀମାରେ ଗୁରୁବାର ବିଏସଏଫ ଯବାନ ମାନଙ୍କ ଗୁଳିରେ ଏକ ପାକିସ୍ତାନୀ ଅନୁପ୍ରବେଶକାରୀର ମୃତ୍ୟୁ ଘଟିଛି ।

ବିଏସଏଫ ଅନୁସାରେ, ଗୁରୁବାର ସକାଳେ ବିଏସଏଫ ଯବାନ ମାନେ ସାମ୍ବା ଅଞ୍ଚଳରେ ଆନ୍ତର୍ଜାତିକ ସୀମା ନିକଟରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ପାଇଥିଲେ । ଏହି ସମୟରେ ଯବାନ ମାନେ ଦେଖିବାକୁ ପାଇଥିଲେ ଯେ, ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି । ଯବାନ ମାନେ ତା ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଛି । ତା’ ନିକଟରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଯବାନ ମାନଙ୍କ ପକ୍ଷରୁ ତଲାସୀ ଅଭିଯାନ ଜାରୀ ରହିଛି ।

Related Articles

Leave a Reply

Your email address will not be published.

Back to top button