ଚାଇନା ତୁଳନାରେ ଭାରତରେ ସାମ୍ବାଦିକମାନେ ବିନା କଷ୍ଟରେ କାର୍ଯ୍ୟକରୁଛନ୍ତି : ବିଦେଶ ମନ୍ତ୍ରଣାଳୟ

Spread the love

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚୀନ୍ ସାମ୍ବାଦିକଙ୍କ ସମେତ ସମସ୍ତ ବିଦେଶୀ ସାମ୍ବାଦିକ ଭାରତରେ କୌଣସି ଅସୁବିଧାର ସମ୍ମୁଖୀନ ନ କରି ରିପୋର୍ଟ କରୁଛନ୍ତି ଏବଂ ମିଡ଼ିଅ କଭରେଜ କରୁଛନ୍ତି । ସେମାନଙ୍କ ପାଇଁ କୌଣସି ପରିସର ନାହିଁ । ଭାରତ ଆଶା କରୁଛି ଯେ ଚୀନ୍ କର୍ତୃପକ୍ଷ ଚାଇନାରୁ କାର୍ଯ୍ୟ କରୁଥିବା ତଥା ରିପୋର୍ଟ କରୁଥିବା ଭାରତୀୟ ସାମ୍ବାଦକଙ୍କ ଅବିରତ ଉପସ୍ଥିତିକୁ ସହଜ କରିବେ । ଏହିପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ରହିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ସାମ୍ବାଦିକଙ୍କ ଉପରେ ହୋଇଥିବା କଟକଣା ପାଇଁ ଭାରତ ଦାୟୀ ବୋଲି ଚୀନ୍ କହିଛି । ସେଠାରେ ବୈଦେଶିକ ମନ୍ତ୍ରରଣାଳୟ କହିଛି ଯେ, ଭାରତ ସରକାର ଅନାବଶ୍ୟକ ଭାବେ ଚୀନ ସାମ୍ବାଦିକ ମାନଙ୍କର ଭିସା ଅବଧି ହ୍ରାସ କରିଛନ୍ତି ଏବଂ ମେ ୨୦୨୦ ରୁ ଭିସା ଜାରି କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *