ଓଡ଼ିଶା

ଗୃହିଣୀଙ୍କୁ ରୋଜଗାରକ୍ଷମ କରିବାକୁ ଆରମ୍ଭ ହେଲା ନୂଆ ପ୍ରୟାସ

କୋଣାର୍କ: ଗୃହିଣୀଙ୍କୁ ରୋଜଗାର ଦେବାକୁ ଗାଁରେ ଆରମ୍ଭ ହେଲା ନୂଆ ପ୍ରୟାସ। ପୁରୀ ଜିଲ୍ଲା ଗୋପ ବ୍ଳକ ତୋରକର ଓ ସୁତନ ପଞ୍ଚାୟତ ରେ ଗ୍ରାମାଞ୍ଚଳ ମହିଳାମାନଙ୍କୁ ନେଇ ଆରମ୍ଭ ହୋଇଛି ଏକ ଗ୍ରାମିଣ ରୋଜଗାର ଶିକ୍ଷା ଅଭିଯାନ।

ମହିଳା ମାନଙ୍କୁ ରୋଜଗାର ପ୍ରଦାନ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ପୁରୀ ଗୋପ ବ୍ଳକ ତୋରକର ଓ ସୁତନ ପଞ୍ଚାୟତର ଗ୍ରାମାଞ୍ଚଳ ମହିଳାମାନଙ୍କୁ ନେଇ ଗ୍ରାମିଣ ରୋଜଗାର ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି । ତୁଳସୀ ଗଛ ର ପତ୍ର, ନିମ୍ବ ପତ୍ର, ଇୟୁକାଲ ପଟାସ, ଲେମ୍ବୁଘାସ, ଜାପାନୀ ପୋଦିନା, ରୋଜା ଘାସ କୁ ଆଣି ସେଥିରୁ ତେଲ ବାହାର କରାଯାଉଛି । ଏଥିରୁ ବିଭିନ୍ନ ପ୍ରକାର ମେଡିସିନ୍ ପ୍ରସ୍ତୁତ ସହ ଧୂପକାଠି, ସାବୁନ, ଫିଲାଇଲ,ମଷାଧୂପ, ଆଦି ପ୍ରସ୍ତୁତ କରିବା ପାଇଁ ମହିଳା ମାନଙ୍କୁ ତାଲିମ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ନିଉଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଆୟୋଜକ ମାନେ ଆସି ଶିକ୍ଷା ଦେଇଛନ୍ତି ।

ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ଶିକ୍ଷା ଦେଇ ବାଡି ବଗିଚା ପ୍ରସ୍ତୁତ କରି କିଛି ଅର୍ଥ ରୋଜଗାର ପାଇଁ ଯେଉଁ ପ୍ରୟାସ ଆରମ୍ଭ କରାଯାଇଛି, ତାହାକୁ ପଞ୍ଚାୟତର ମହିଳା ମାନେ ଆପଣେଇଛନ୍ତି । ଏହାସହ ଘରେ ବସି ରୋଜଗାର କରି କିଭଳି ପରିବାରର ବୋଝ ଉଠାଇପାରିବେ ସେନେଇ ଆଶା ପ୍ରକଟ କରିଛନ୍ତି।

ତୋରକର ଓ ସୁତନ ପଞ୍ଚାୟତ ମହିଳାମାମାନଙ୍କର ଏଭଳି ପ୍ରୟାସ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ସାଜିବେ ବୋଲି ଆଶା କରାଯାଉଛି।.

ଭାରତୀ ଭୂଷଣ ନକ୍ଷତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button