ଜାତୀୟରାଜନୀତି

ବିଧାନସଭାରେ ବିଧାୟକ ଦେଖୁଛନ୍ତି ଅଶ୍ଳୀଳ ଭିଡିଓ

ଗୌହାଟୀ: ତ୍ରିପୁରା ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ଜଣେ ବିଜେପି ବିଧାୟକ ଗୃହରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସସ ଭିଡିଓକୁ ସେୟାର କରିବା ସହ ନାନା ଟୀକା ଟପ୍ପଣୀ ଦେଉଛନ୍ତି। ଅଶ୍ଳୀଳ ଭିଡିଓ ଦେଖୁଥିବା ବିଧାୟ ରାଜ୍ୟର ଉତ୍ତର ପୂର୍ବାଞ୍ଚଳ ବାଗବାସ୍ସା ବିଧାନସଭା ଆସନର ବିଧାୟକ ଯାଦବ ଲାଲ ନାଥ।

ରାଜ୍ୟ ବଜେଟ ଉପରେ ବିଧାନସଭାରେ ଆଲୋଚନା ଚାଲୁଥିବା ବେଳେ ଏପରି ଘଟଣା ଘଟିଛି। ବିଧାୟକ ନାଥ ଅଶ୍ଳୀଳ ଭିଡିଓ ଦେଖୁଥିବା ବେଳେ ତାଙ୍କ ନିକଟରେ ବସିଥିବା କେହି ଏହା ଦେଖି ଭିଡିଓ କରିଥିବା ଜଣାପଡୁଛି। ଘଟଣା ପରେ ବିଜେପି ପକ୍ଷରୁ ବିଧାୟକଙ୍କୁ ଜବାବ ତଲବ କରାଯିବା ସହ ସମନ କରାଯାଇଥିବା ଦଳୀୟ ସୂତ୍ରରୁ ସୂଚନା ଦିଆଯାଇଛି। ତେବେ ଏହି ଅଭିଯୋଗ ଉପରେ ନାଥଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଅଧିବେଶନ ସରୁ ନ ସରୁ ବିଧାୟକ ବିଧାନସଭା ପରିସରରୁ ବାହାରି ଯାଇଥିବା ଦେଖିବାକୁ ମିଳିଥିଲା।

ତେବେ କୌଣସି ବିଜେପି ବିଧାୟକ ସର୍ବସାଧାରଣ ସ୍ଥାନରେ ପର୍ନ ଭିଡିଓ ଦେଖିବାର ଏହା ପ୍ରଥମ ଘଟଣା ନୁହେଁ। ୨୦୧୨ରେ କର୍ଣ୍ଣାଟକର ଦୁଇ ମନ୍ତ୍ରୀ ଗୃହ ଭିତରେ ପର୍ନ ଭିଡିଓ ଦେଖୁଥିବା ବେଳେ ଧରାପଡିଥିଲେ। ଯେଉଁଥି ପାଇଁ ମନ୍ତ୍ରୀ ଲକ୍ଷ୍ମନ ସାଭାଦି ଓ ସିସି ପାଟିଲଙ୍କୁ ଇସ୍ତଫା ଦେବାକୁ ହୋଇଥିଲା। ପରେ ଅବଶ୍ୟ ତଦନ୍ତରେ କ୍ଲିନ ଚିଟ ମିଳିଥିଲା ତଥା ସେମାନଙ୍କୁ ପୁନଃ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇଥିଲା।

Related Articles

Leave a Reply

Your email address will not be published.

Back to top button