ଜାତୀୟ

୮ ମାସ ପରେ ପୁଣି ହିମାଚଳ ପ୍ରଦେଶର ବସ୍ ଦିଲ୍ଲୀ ଓ ଲେହ ମଧ୍ୟରେ ଚଳାଚଳ ଆରମ୍ଭ

ଶିମଲା : ଦିଲ୍ଲୀରୁ ଲେହ ମଧ୍ୟରେ ହିମାଚଳ ସଡ଼କ ପରିବହନ ନିଗମ (ଏଚଆରଟିସି) ନିଜର ବସ୍ ସେବା ଆଜି (ଗୁରୁବାର) ଠାରୁ ପୁଣି ଥରେ ଆରମ୍ଭ କରିଛି । ୮ ମାସ ପରେ ଏହି ରୁଟ୍ ରେ ପୁଣି ଥରେ ଏଚଆରଟିସିର ବସ୍ ଚଳାଚଳ ଦେଖିବାକୁ ମିଳିଛି ।

ଏହି ବସ୍ କେଲାଙ୍ଗ ଡ଼ିପୋରୁ ଆଜି ସକାଳ ପ୍ରାୟ ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଦିଲ୍ଲୀରୁ ଲେହ ୧୦୨୬ କି.ମି. ଦୂର ହୋଇଥିବା ବେଳେ ବସ୍ ଭଡ଼ା ୧୭୪୦ ଟଙ୍କା ରହିଛି । ଏହି ରୁଟ୍ ରେ ବସ୍ ଚଳାଚଳ ପୁଣି ଥରେ ଆରମ୍ଭ ହୋଇଥିବାରୁ ଦିଲ୍ଲୀରୁ ଲେହ ଯିବାକୁ ଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏହା ସୁବିଧା ହେବ । ଏଥର ଖରାପ ପାଗ ଯୋଗୁଁ ବସ୍ ସେବା ବିଳମ୍ବରେ ଆରମ୍ଭ ହୋଇଛି । ଗତବର୍ଷ ମଇ ୧୫ ତାରିଖରେ ବସ୍ ସେବା ଆରମ୍ଭ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button