
ଶ୍ରୀନଗର: ଆଜି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଶେଷ ହୋଇଛି। ହେଲେ ଏହା ପୂର୍ବରୁ ରବିବାର ରାହୁଲ ଗାନ୍ଧୀ ଲାଲ ଚୌକରେ ତ୍ରିରଙ୍ଗା ଉଡାଯାଇଥିବାକୁ ନେଇ ଉଠିଛି ବିବାଦ। ବିଜେପି ଅଭିଯୋଗ ଆଣିଛି କି, ରାହୁଲ ଧ୍ବଜା ସଂହିତାର ଅପମାନ କରିଛନ୍ତି।
ଲାଲ ଚୌକରେ ଧ୍ବଜାରୋହଣର ଫଟୋ ଜାରି କରିଛି କଂଗ୍ରେସ। ଏଥିରେ ରାହୁଲଙ୍କ କଟଆଉଟ ତ୍ରିରଙ୍ଗା ଉପରେ ରହିଛି। ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସକୁ ଟାର୍ଗେଟ କରିଛି। ସେ କହିଛନ୍ତି କି, ରାହୁଲ ଗାନ୍ଧୀ ନିଜ କଟଆଉଟ ଲଗାଇ ତ୍ରିରଙ୍ଗା ଉଡାଇଛନ୍ତି। ଏହା ସମ୍ପୂର୍ଣ୍ଣ ରୂପେ ନିନ୍ଦନୀୟ କି ଏକ ପାର୍ଟିର ନେତା ଏପରି କରୁଛନ୍ତ। ଏହା ଧ୍ବଜାରୋହଣର ଅପମାନ।
ଏଥିସହ ଏପରି କାର୍ଯ୍ୟକୁ ରାଜୀବ ଚନ୍ଦ୍ରଶେଖର ରାଜବଂଶୀ ମନୋଭାବ ବୋଲି କହିଛନ୍ତି। ରାହୁଲଙ୍କ ପାଇଁ ତାଙ୍କ ଫଟୋ, ତାଙ୍କ ବାପା, ଜେଜେମାଙ୍କ ଫଟେ ତଥା ସେମାନଙ୍କ ନାମରେ ଯୋଜନା ସବୁକିଛି ତ୍ରିରଙ୍ଗାଠାରୁ ଉପରେ ବୋଲି ସେ ମନେ କରୁଛନ୍ତି। ଏପରି ମୁଁ କଲେ ମୋତେ ଲଜ୍ଜା ଅନୁଭବ ହେବ। କିନ୍ତୁ ତାଙ୍କ ଦଳର ଡିଏନଏରେ ବଂଶବାଦ ରହିଛି, ତେଣୁ ରାଷ୍ଟ୍ରୀୟ ପତାକାକୁ ଦବାଇ ନିଜକୁ ଉପରେ ରଖିବାକୁ ଚାହିଁଛନ୍ତି ଓ ପତାକା ପଛରେ ନିଜ କଟଆଉଟ ଲଗାଇ ଧ୍ବଜା ସଂହିତାର ଉଲ୍ଲଙ୍ଘନ କରୁଛନ୍ତି।