ଓଡ଼ିଶାରାଜନୀତି

ନିରଞ୍ଜନଙ୍କ ହାତକୁ ଗଲା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସୋମବାର ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅତିରକ୍ତଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ ଦିଆଯାଇଛି। ରବିବାର ଦିନ ନବଙ୍କ ମୃତ୍ୟୁ ପରେ ଏହି ବିଭାଗ ଖାଲି ପଡିଥିଲା। ସୋମବାର ଦିନ ବିଭାଗ ଦାୟିତ୍ବ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦେବାକୁ ସରକାର ପକ୍ଷରୁ ରାଜ୍ୟପାଳଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟପାଳ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ରବିବାର ବ୍ରଜରାଜ ନଗରରେ ଅନୁଷ୍ଠିତ ପାର୍ଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ସେ ନିଜ ଗାଡିରୁ ବାହାରିବା ସମୟରେ ଦିନ ୧୨.୩୦ରେ ତାଙ୍କ ଉପରକୁ ଜଣେ ଏଏସଆଇ ଅତି ନିକଟରୁ ଗୁଳିମାଡ କରିଥିଲେ। ଏହା ପରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଦିନ ୧ଟାରେ ଏୟାର ଲିପ୍ଟ କରାଯାଇ ଭୁବନେଶ୍ବର ଅଣାଯାଇଥିଲା ଓ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରି ତାଙ୍କୁ ବଞ୍ଚାଇବା ଚେଷ୍ଟା କରିଥିଲେ ମଧ୍ୟ ସମସ୍ତ ଚେଷ୍ଟା ବ୍ୟର୍ଥ ଯାଇଥିଲା।

Leave a Reply

Your email address will not be published.

Back to top button