ଆସାମ ବନ୍ୟା ପଛର କାରଣ…

ସିଲଚର: ବନ୍ୟା ଜଳରେ ଉବୁଟୁବୁ ଆସାମ। କଛାର ଜିଲ୍ଲାରେ ବରାକ ନଦୀ ବନ୍ଧ ଭାଙ୍ଗିବାରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିଲଚର ସହର। ସିଲଚର ସହର ପାଣିରେ ବୁଡିଯିବା ପରେ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ଏହି ବନ୍ୟା ପ୍ରକୃତିକ ନୁହେଁ ବରଂ ମନୁଷ୍ୟ କୃତ୍ୟ। ବରାକ ନଦୀବନ୍ଧ ଭାଙ୍ଗି ନାହିଁ, ଏହାକୁ ଭଙ୍ଗା ଯାଇଛି ବୋଲି ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ। ଏହି ଅଭିଯୋଗରେ ପୁଲିସ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି।
ପୁଲିସ ଏହି ମାମଲାରେ ବିତୁକଣ୍ଡି ଅଞ୍ଚଳ ବାସିନ୍ଦା କାବୁଲ ଖାନକୁ ଗିରଫ କରିଥିଲା। ତାକୁ ପଚରା ଉଚରା କରିବା ବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ପୁଲିସ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି। ପୁଲିସ ମୁତାବକ କାବୁଲଠାରୁ ସତ୍ୟ ଉଗାଳିବା ପରେ ମିଠୁ ହୁସେନ ଲସ୍କର, ନଜିର ହୁସେନ ଲସ୍କର ଓ ରିପନ ଖାନଙ୍କୁ ଗିରଫ କରିଛି। ବନ୍ୟା ପ୍ରାକୃତିକ ନୁହେଁ ବନ୍ଧ କାଟି ବନ୍ୟା ହୋଇଥିବା କହିଛି ପୁଲିସ।
ଏସପି ରମନଦୀପ କୌର କହିଛନ୍ତି କି, ଷଡଯନ୍ତ୍ର ଅନ୍ତର୍ଗତ ବେତୁକା ବନ୍ଧ କଟାଯାଇଥିଲା। ଫଳରେ ବରାକ ନଦୀର ବନ୍ୟା ଜଳ ପ୍ରବଳ ବେଗରେ ସିଲଚର ସହର ଭିତରକୁ ପଶି ଆସିଥିଲା। ବନ୍ୟା ଜଳରେ ଦୁଇ ଲକ୍ଷରୁ ଅଧିକ ଲୋକେ ଗୃହଶୂନ୍ୟ ହୋଇଛି। ଏହା ଜଣାପଡିବା ପରେ ପୁଲିସ ଏବେ ଏହାର କାରଣ ଖୋଜିବାରେ ଲାଗିଛି।