ଝାରଖଣ୍ଡର ପୂର୍ବତନ ମାଇନିଂ ସଚିବ ପୂଜାଙ୍କୁ ଅନ୍ତରିଣ ଜାମିନ ମଞ୍ଜୁର

ନୂଆଦିଲ୍ଲୀ: ପୂଜା ସିଙ୍ଘଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି। ଝାରଖଣ୍ଡ ମନରେଗା ଘୋଟାଲାର ଅଭିଯୁକ୍ତ ଆଇଏଏସ ପୂଜା ସିଙ୍ଘଲଙ୍କୁ ସୁପ୍ରିମ କୋର୍ଟରୁ ଅନ୍ତରୀଣ ଜାମିନ ମଞ୍ଜୁର। ଝିଅର ଚିକିତ୍ସା ପାଇଁ ଏକ ମାସ ଅନ୍ତରିଣ ସର୍ତ୍ତମୂଳକ ଜାମିନ। ଜାମିନ ଅବଧିରେ ସେ ଝାରଖଣ୍ଡ ଯିବେ ନାହିଁ କି ସାକ୍ଷୀଙ୍କ ସହ ସମ୍ପର୍କ ସ୍ଥାପନ କରିବେ ନାହିଁ।
ଏହା ପୂର୍ବରୁ ଗତ ମାସ ୩ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ସିଙ୍ଘଲଙ୍କୁ ମଧ୍ୟ ସମାନ କାରଣରୁ ଏକ ମାସର ଜାମିନ ଦେଇଥିଲେ। ଜାମିନ କାଳ ଶେଷ ହେବାରୁ ଫେବୃଆରୀ ୪ରେ ସେ ନିମ୍ନ କୋର୍ଟରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ପୁଣି ଜେଲ ପଠାଇ ଦିଆଯାଇଥିଲା। ପୂଜା ଝାରଖଣ୍ଡ ଖଣି ଓ ଭୂବିଜ୍ଞାନ ବିଭାଗର ନିର୍ଦ୍ଦେଶିକା ଥିଲେ। ସେ ୨୦୦୯ରୁ ୨୦୧୦ ମଧ୍ୟରେ ରାଜ୍ୟର ଖୁଣ୍ଟି ଜିଲ୍ଲାର ସହକାରୀ କମିନର ଭାବେ କାର୍ଯ୍ୟ କରିଥିଲେ।
ଗତ ବର୍ଷ ମେ ୧୧ ତାରିଖରୁ ସିଙ୍ଘଲ ଜେଲରେ। ତାଙ୍କ ବିରୋଧରେ ରହିଛି ବେଆଇ ଖଣି ଖନନ, ମନି ଲେଣ୍ଡରିଂ ପରି ଏକାଧିକ ମାମଲା। ଇଡି ତାଙ୍କ ନିକଟରୁ ୩୬ କୋଟି ଟଙ୍କା ସିଜ କରିଥିଲା।