ଜାତୀୟବାଣିଜ୍ୟ/ବ୍ୟବସାୟ

ପ୍ରସାରଣ ହେବନି ଗଣଦୁଷ୍କର୍ମ ପ୍ରୋତ୍ସାହିତ ବିଜ୍ଞାପନ

ବିଜ୍ଞାପନ ପାଇଁ ନିନ୍ଦିତ ହେବା ପରେ ଏବେ ସର୍ବସାଧାରଣରେ କ୍ଷମା ମାଗିଛି ପର୍‌ଫ୍ୟୁମ ବ୍ରାଣ୍ଡ ଶଟ୍‌ । ପର୍‌ଫ୍ୟୁମ ବ୍ରାଣ୍ଡ ଶଟ୍‌’ ଯେଉଁ ବିଜ୍ଞାପନ ଦେଖାଉଥିଲା ତାହା ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଥିଲା ବୋଲି ମହିଳା କମିଶନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ। ଏହାପରେ ମନ୍ତ୍ରାଳୟ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ଭିଡିଓକୁ ୟୁଟ୍ୟୁବ୍ ଓ ଟ୍ୱିଟରରୁ ହଟାଇ ନେବାକୁ ଜୁନ ୪ ତାରିଖରେ ନର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ପରେ ଆଜି କ୍ଷମା ମାଗିଛି ପର୍‌ଫ୍ୟୁମ କମ୍ପାନୀ layer’r shot । ଏନେଇ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି “ଆମ ବିଜ୍ଞାପନ ପାଇଁ ବିଭିନ୍ନ ବର୍ଗରେ କ୍ରୋଧ ସୃଷ୍ଟି ହୋଇଛି। ଏଣୁ ଆମେ ଏଥିପାଇଁ ଦାୟିତ୍ୱସମ୍ପନ୍ନ ଭାବେ କ୍ଷମାପ୍ରାର୍ଥନା କରୁଛୁ।” ବିଜ୍ଞାପନକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ‘ଶଟ୍’ ପର୍‌ଫ୍ୟୁମ୍‌ର ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି ବୋଲି କମିଶନ ଅଭିଯୋଗ କରିଥିଲେ। ତେଣୁ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ ସ୍ୱାତୀ।

Related Articles

Leave a Reply

Your email address will not be published.

Back to top button