ଦିଲ୍ଲୀର ଶାସକ ଦଳ ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୩ୟ ଥର ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଯେଉଁଥିରେ ମୋଟ ୩୮ ସିଟରେ ନିଜର ପ୍ରାର୍ଥୀ ନାଁ ଘୋଷଣା କରିଛି ଆପ୍ । ଏଥିସହିତ ଆପ୍ ବିଧାନସଭାର ମୋଟ ୭୦ ସିଟରେ ନିଜର ପ୍ରାର୍ଥୀ ଦେଇସାରିଛି । ରବିବାର(ଡିସେମ୍ବର ୧୫) ଦଳ ଜାରି କରିଥିବା ତାଲିକା ଅନୁସାରେ, ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ୍ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ିବେ। ମୁଖ୍ୟମନ୍ତ୍ରୀ ଅତୀଶ ମାର୍ଲେନା ପୁଣି ଥରେ କାଲକାଜୀ ଆସନରୁ ନିର୍ବାଚନ ଲଢ଼ିବେ। ସେହିଭଳି ଆପ୍ର ଟାଣୁଆ ନେତା ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶରୁ ଲଢ଼େଇ କରିବେ।
ଏଥର କସ୍ତୁରବା ନଗରରୁ ପ୍ରାର୍ଥୀ ବଦଳାଇଛି ଆମ ଆଦମୀ ପାର୍ଟି। ବିଧାୟକ ମଦନ ଲାଲଙ୍କ ବଦଳରେ ଏହି ଆସନରୁ ରମେଶ ପେହଲୱାନ ନିର୍ବାଚନ ଲଢ଼ିବେ। ବିଜେପି ଛାଡିବା ପରେ ରମେଶ ପେହଲୱାନ ଏବଂ ତାଙ୍କ ପତ୍ନୀ, କାଉନସିଲର କୁସୁମ ଲତା ଆଜି ସକାଳେ ଆପରେ ଯୋଗ ଦେଇଥିଲେ। ଯୋଗ ଦେବ ମାତ୍ରେ ଦଳ ତାଙ୍କୁ ଉପହାର ଦେଇଛି। ସେହିପରି ଅନ୍ୟମାନଙ୍କ ମଧ୍ୟରୁ ବାବରପୁରରୁ ଗୋପାଳ ରାୟ, ଓଖଲାରୁ ଅମାନତୁଲ୍ଲା ଖାନ ଏବଂ ଶାକୁର ବସ୍ତିରୁ ସତ୍ୟେନ୍ଦ୍ର କୁମାର ଜୈନ ନିର୍ବାଚନ ଲଢ଼ିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now