ପାଠପଢାର ଅସଲ ସ୍ଥିତି ଦେଖାଇଲା ‘ଅସର’

ପାଠରେ ପଛଉଛନ୍ତି ପ୍ରାଥମିକ ସ୍କୁଲ ପିଲା । ଶିକ୍ଷାର ଆରମ୍ଭ ହିଁ ଦୁର୍ବଳ ରହୁଛି । ଏଭଳି କିଛି ରିପୋର୍ଟ ଅସର ପକ୍ଷରୁ ପୂର୍ବରୁ ମିଳିଥିବା ବେଳେ ପୁଣି ଅସର-୨୦୨୪ ରେ ରହିଛି ସମାନ ଚିତ୍ର । ୩୦ ଜିଲ୍ଲାର ୯ଶହ ଗାଁରେ ସର୍ଭେ ପରେ ଅତ୍ୟନ୍ତ ଚିନ୍ତାଜନକ ରିପୋର୍ଟ ଉପସ୍ଥାପିତ ହୋଇଛି । ତୃତୀୟ ଶ୍ରେଣୀର୬୨.୩% ପିଲା ଫେଡ଼ାଣ ଜାଣି ନାହାଁନ୍ତି ।୪୨.୮% ପଞ୍ଚମ ଶ୍ରେଣୀର ପିଲାଙ୍କୁ ଆସୁନି ଦ୍ୱିତୀୟ ଶ୍ରେଣୀର ପାଠ । ସ୍କୁଲ ଡ୍ରପଆଉଟ ଜାରି ରହିଛି। ରାଜ୍ୟରେ ୭.୨% ପୁଅ ଏବଂ ୫.୯% ଝିଅ ସ୍କୁଲ ଆସୁ ନାହାଁନ୍ତି । ପାଠ ପଢାରେ ଯାବତୀୟ ସମସ୍ୟା ସତ୍ତ୍ୱେ ମୋବାଇଲ ବ୍ୟବହାର ଜାଣିବା ହାର ଭଲ ରହିଛି । ୧୪ରୁ ୧୬ ବର୍ଷର ପିଲାଙ୍କୁ ସ୍ମାର୍ଟ ଫୋନ ବ୍ୟବହାର ଆସୁଛି ।୮୦.୯% ସ୍ମାଟଫୋନ ବ୍ୟବହାର ଜାଣନ୍ତି ।୭୭.୬% ପିଲା ବ୍ୟବହାର କରୁଛନ୍ତି ସୋସିଆଲ ମିଡିଆ ।୭୧.୪% ପିଲା ନେଟ ବ୍ରାଉଜିଂ ଜାଣନ୍ତି ।ଅନ୍ୟପଟେ ଆଧାର ପରିଚୟ ପତ୍ର ମାଗୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ ତେଣୁ ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେବା ଆଶଙ୍କା ବଢିଥିବା ମଧ୍ୟ ଅସାର ରିପୋର୍ଟରେ ଉଲ୍ଲେଖ ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *