ରାହୁଲ ଗାନ୍ଧିଙ୍କୁ ନେଇ ସୋସାଆଲ ମିଡିଆରେ ବିବାଦୀୟ ପୋଷ୍ଟ ପ୍ରସଙ୍ଗ । ଏଭଳି ପୋଷ୍ଟକୁ ନେଇ କ୍ଷମା ପ୍ରାର୍ଥନା କଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ପୋଷ୍ଟ ତୁରନ୍ତ ହଟାଇଥିବା କହିଲେ ବୁଦ୍ଧାଦିତ୍ୟ । ଭୁଲ ବଶତଃ ଏଭଳି ପୋଷ୍ଟ କରିଥିବା କହିଥିବା ବେଳେ ସମଗ୍ର କଂଗ୍ରେସ ପରିବାର ଓ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କଲେ ବୁଦ୍ଧାଦିତ୍ୟ ।
ସୂଚନା ଯୋଗ୍ୟ କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ମୁମ୍ବାଇରେ ଏପସିପି ନେତା ବାବା ସିଦ୍ଦିକିଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ହତ୍ୟା କରିବା ଘଟଣା ପରେ ଦ୍ୱିତୀୟ ପାଳି ରାହୁଲ ଗାନ୍ଧୀଙ୍କର ହେବା ଉଚିତ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବୁଦ୍ଧାଦିତ୍ୟ। ଏହାକୁ ନେଇ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅକ୍ଟୋବର ୨୩ ସୁଦ୍ଧା ବୁଦ୍ଧାଦିତ୍ୟ ନିଜ ମନ୍ତବ୍ୟ ପାଇଁ କ୍ଷମା ନ ମାଗିଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲା ଯୁବ କଂଗ୍ରେସ। ଏହାପରେ ସେ କ୍ଷମା ଭିକ୍ଷା କରିଥିବା ଜଣାପଡ଼ିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now