ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ନେହରୁଙ୍କ ଜନ୍ମ ୧୮୮୯ ମସିହାରେ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।ଭାରତରେ ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ବଡ ଧୂମଧାମର ସହ ଶିଶୁ ଦିବସ ସହ ପାଳନ କରାଯାଇଥାଏ। ପିଲାମାନଙ୍କ ପ୍ରତି ଜବାହାରଲାଲ ନେହେରୁଙ୍କ ଭଲପାଇବା ଏବଂ ସ୍ନେହକୁ ଦେଖି ତାଙ୍କ ଜନ୍ମଦିନକୁ ହିଁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ। ୨୭ ମେ ୧୯୬୪ ମସିହାରେ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ମୃତ୍ୟୁ ପରେ ପିଲାମାନଙ୍କ ପ୍ରତି ତାଙ୍କ ଭଲପାଇବାକୁ ଦେଖି ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ଚାଚା ନେହେରୁଙ୍କ ଜନ୍ମଦିବସରେ ଶିଶୁ ଦିବସର ଆୟୋଜନ କରାଯିବା ନେଇ ସର୍ବସମ୍ମତି ଦ୍ୱାରା ଏହା ନିଷ୍ପତ୍ତି ହୋଇଥିଲା।
ଏହି ଅବସରରେ ବେଗୁନିଆ ଅଟ୍ରି ସ୍ଥିତ ହାଟକେଶ୍ୱର ଦେବଙ୍କ ସଭାଗୃହ ପରିସରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ଏବଂ ଶିଶୁ ବିକାଶ ପାଣ୍ଠି ଆନୁକୂଲ୍ୟରେ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସହିତ ବହୁ ଶିକ୍ଷାବିତ୍, ଏବଂ ସଂଘୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ। ଶିଶୁ ପାଇଁ ଦିନଟିଏ ଏବଂ ଶିଶୁ ହସିଲେ ଦୁନିଆ ହସିବ ବୋଲି ବିଧାୟକ କହିଥିଲେ। ଏହି କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ପରେ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ ସହିତ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ସଂଘ ତରଫରୁ ଆର୍ଥିକ ରାଶି ପ୍ରଦାନ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now