ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି । ଏଲପିଜି ସିଲିଣ୍ଡରର ଦର ପୁଣି ବଢ଼ିଛି । ସରକାରୀ ତୈଳ କମ୍ପାନୀ ଗୁଡ଼ିକ ପ୍ରତି ମାସର ୧ ତାରିଖରେ ଏଲପିଜି ସିଲିଣ୍ଡିରର ମୂଲ୍ୟରେ ପରିବର୍ତ୍ତନ କରନ୍ତି। ଏହା ଅଧୀନରେ ଭାରତୀୟ ତୈଳ ନିଗମ ରବିବାର ଦିନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି। ଏହାପୂର୍ବରୁ ନଭେମ୍ୱର ପହିଲାରେ ମଧ୍ୟ ସିଲିଣ୍ଡରର ଦର ବଢିଥିଲା। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now