ଭିଓ୍ୱାଣ୍ଡିରେ ବୁଲା କୁକୁର କାମୁଡ଼ାରେ ୪ ବର୍ଷ ପିଲାର ଜୀବନ ଗଲା। ଏଥିଲାଗି ଭିଓ୍ୱାଣ୍ଡି ନିଜାମପୁର ନିଗମକୁ ଦାୟୀ କରିଛନ୍ତି ସ୍ଥାନୀୟ ସମାଜବାଦୀ ଦଳର ବିଧାୟକ ରାଇଜ୍ ଶେଖ୍। ଗଲା ଜୁଲାଇ ମାସରୁ ୮ଶହରୁ ଅଧିକ କୁକୁର କାମୁଡ଼ା ମାମଲା ଆସିଛି। କିନ୍ତୁ ନିଗମ ଚୁପ୍। ସେଥିଲାଗି ୪ ବର୍ଷର ନାୟିବ୍ ଶେଖଙ୍କର ଅକାଳ ବିୟୋଗ ଘଟିଲା। ଜୁଲାଇ ୮ ତାରିଖରେ ପିଲାଟିକୁ ବୁଲାକୁକୁର କାମୁଡ଼ିଥିଲେ। କିନ୍ତୁ ସୋମବାର ପିଲାଟିର ମୃତ୍ୟୁ ଘଟିଛି। ନିଗମର ଅବହେଳା ଲାଗି ପିଲାଟିର ଜୀବନ ଯାଇଥିବାରୁ ନିଗମ ବିରୁଦ୍ଧରେ ମାମଲା ହେଉ ବୋଲି ଦାବି କରିଛନ୍ତି ବିଧାୟକ।

Naxatra News is now on Whatsapp
Join and get latest news update delivered to you via whatsapp
Join Now