ଭୂକମ୍ପରେ ପୁଣି ଥରିଲା ଫିଲିପାଇନ୍ସ । ସୋମବାର ଫିଲିପାଇନ୍ସରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଦେଶର ଲୁଜନ ସହରରେ ଭୂକମ୍ପ ଯୋଗୁଁ ଆତଙ୍କ ଖେଳିଗଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ଥିଲା । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (GFZ) ଏହି ଭୂକମ୍ପକୁ ନିଶ୍ଚିତ କରି କହିଛି ଯେ ସୋମବାର ସକାଳେ ଫିଲିପାଇନ୍ସର ଲୁଜନରେ ୫.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ତଳେ ୧୦ କିଲୋମିଟର ଗଭୀରରେ ଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now