ପୁଣି ବିବାଦରେ ରାଜ କୁନ୍ଦ୍ରା। ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ସୋମବାର ସକାଳ ୧୧ଟାରେ ରାଜ କୁନ୍ଦ୍ରାଙ୍କୁ ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ କରାଯାଇଛି। ପୁଣି ଥରେ ଇଡି ପକ୍ଷରୁ ଜେରା କରାଯାଇପାରେ। ଏନେଇ ମନିଲଣ୍ଡରିଂ ମାମଲାରେ ସମନ ପଠାଇଛି ଇଡି। ଏହାସହ ପଚରାଉଚୁରା ପାଇଁ ମୁମ୍ୱାଇ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି। ୟୁପି ସହରର ୧୫ଟି, ଏବଂ ମୁମ୍ୱାଇ ଭଳି ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ତେବେ ରାଜ କୁନ୍ଦ୍ରାଙ୍କ ଘର ଏବଂ ଅଫିସ ସମେତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ରେଡ କରାଯାଇଥିଲା। ତେବେ ଏହି ଚଢାଉ ପରେ ଇଡି ପକ୍ଷରୁ ସମନ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now