ମହାକୁମ୍ଭ ମେଳାରେ ହାର୍ଟ-ଆଟାକ୍

ମହାକୁମ୍ଭ ମେଳାରେ ହାର୍ଟ-ଆଟାକ୍। ହୃଦଘାତରେ ଜଣେ ସନ୍ଥଙ୍କ ଜୀବନ ଯାଇଛି। ୩ହଜାରରୁ ଅଧିକ ରୋଗୀ ଓପିଡିରେ। ଭୀଷଣ ଥଣ୍ଡାରେ ମହାକୁମ୍ଭର ପ୍ରଥମ ସ୍ନାନ ଶ୍ରଦ୍ଧାଳୁଙ୍କୁ ଭାରି ପଡ଼ିଛି। ଭୀଷଣ ଥଣ୍ଡାରୁ ଶତାଧିକ ଶ୍ରଦ୍ଧାଳୁ ବେମାରରେ ପଡ଼ିଲେଣି। ୮୫ ବର୍ଷୀୟ ବାବା ଅର୍ଜୁନ ଗିରିଙ୍କୁ ହାର୍ଟ-ଆଟାକ ଆସିବାରୁ ଏସଆରଏନ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସାଧୁଙ୍କ ମୃତ୍ୟୁ ପରେ ଶିଷ୍ୟ ହସ୍ପିଟାଲ ଛାଡ଼ି ଚାଲିଯିବା ପରେ ଶବବ୍ୟବଛେଦ ଲାଗି ପଠାଇଦିଆଯାଇଛି। ଗଲା ଦୁଇ ଦିନ ଭିତରେ ୧୧ରୁ ଅଧିକ ଲୋକଙ୍କୁ ହୃଦଘାତ୍ ହୋଇଛି। ଡାକ୍ତର ପରାମର୍ଶ ଦେଇଛନ୍ତି ଯେ, ପ୍ରବଳ ଶୀତରୁ ଜାଗ୍ରତ ରହିବା ଜରୁରୀ। ଅଚାନକ ବୁଡ଼ ପକାଇବାକୁ ବାରଣ କରିଛନ୍ତି ଡାକ୍ତର। ହାର୍ଟଆଟାକର ଶୀକାର ହୋଇଥିବା ୧୧ ଜଣଙ୍କ ଭିତରୁ ୬ ଜଣଙ୍କୁ କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ୫ ଜଣଙ୍କୁ ସେକ୍ଟର-୨୦ସ୍ଥିତ ସବସେଣ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ୯ଜଣ ସୁସ୍ଥ ହୋଇଥିଲା ବେଳେ ଗୁରୁତର ୨ ଜଣଙ୍କୁ ଏସଆରଏନ ହସ୍ପିଟାଲକୁ ରେଫର କରିଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *