ଭାରତୀୟ ତଟରକ୍ଷୀ ବାହିନୀ । ତଟ ସୁରକ୍ଷାର ଜାଗ୍ରତ ପ୍ରହରୀ । ଦେଶ ସୁରକ୍ଷାରେ ତଟରକ୍ଷା ବାହିନୀଙ୍କର ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଦେଶ ସୁରକ୍ଷାରେ ସେମାନଙ୍କ ବଳିଦାନକୁ ମନେ ପକାଇ ପ୍ରତିବର୍ଷ ଫେବୃଆରୀ ୧ ତାରିଖରେ ଭାରତୀୟ ତଟରକ୍ଷା ବାହିନୀ ଦିବସ ପାଳନ କରାଯାଏ । ଚଳିତ ବର୍ଷ ତଟରକ୍ଷାବାହିନୀ ତାର ୪୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ।୧୯୭୭ରେ ଏକ ଛୋଟ ବାହିନୀରୁ ୧୫୦ରୁ ଅଧିକ ଜାହଜ ଏବଂ ୭୫ଟି ବିମାନ ସହିତ ଏକ ମହାନ ସାମୁଦ୍ରିକ ସୁରକ୍ଷା ସେବାରେ ପରିଣତ ହୋଇଥିଲା । ଭାରତୀୟ ତଟ ସୁରକ୍ଷା ଦାୟିତ୍ବ ଇଣ୍ଡିଆନ କୋଷ୍ଟଗାର୍ଡ ବା ଭାରତୀୟ ତଟରକ୍ଷା ବାହିନୀକୁ ହସ୍ତାନ୍ତର କରାଯାଇଥିଲା । ଇଣ୍ଡଆନ୍ କୋଷ୍ଟଗାର୍ଡ ଏକ ମଲ୍ଟି ମିଶନ୍ ସଂଗଠନ ଯେଉଁମାନେ ବର୍ଷସାରା ସମୁଦ୍ରରେ ରିଅୟ ଲାଇଫ ଅପରେସନ କରିଥାନ୍ତି । ଭାରତୀୟ ତଟରକ୍ଷା ବାହିନୀର ଉଦ୍ଦେଶ୍ୟ ହେଉଛି ଆମେ ସୁରକ୍ଷା ଦେଉଛୁ ( we protect) । ସମୁଦ୍ରପଥକୁ ସୁରକ୍ଷା ଦେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ତଟରକ୍ଷା ବାହିନୀର ଯବାନ । ସେମାନଙ୍କ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଫେବୃଆରୀ ୧ ତାରିଖକୁ ଭାରତୀୟ ତଟରକ୍ଷା ଦିବସ ପାଳନ କରାଯାଏ । ତଟରକ୍ଷାବିହନୀ ପ୍ରମୁଖ ସଫଳତା ମଧ୍ୟରେ ଜୀବନ ରକ୍ଷାକାରୀ ମିଶନ, ଚୋରା ଚାଲାଣ, ବିପର୍ଯ୍ୟୟ ପ୍ରତିକ୍ରିୟା ଏବଂ ପରିବେଶ ସୁରକ୍ଷା ଅନ୍ତର୍ଭୁକ୍ତ ହୋଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now