ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସୁମାତ୍ରା ଦ୍ୱୀପର ୪ ଅଞ୍ଚଳରେ ଇଣ୍ଡୋନେସିଆ ସୈନ୍ୟ ବାହିନୀ ସହ ଉଦ୍ଧାରକାରୀ ଦଳପକ୍ଷରୁ ରେସ୍କ୍ୟୁ ଅପରେଶନ ଜାରି ରହିଛି।
ସୂଚନାଅନୁଯାୟୀ ସେଥିମଧ୍ୟରୁ ୨ ଶିଶୁଙ୍କ ସମେତ ୬ ଜଣ ନିଖୋଜ ରହିଛନ୍ତି । ସୁମାତ୍ରାର ସ୍ଥାନୀୟ ପଦାଙ୍ଗ ଲାଓ୍ବାସ ଜିଲାରେ ସୋମବାର ଭୂସ୍ଖଳନ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେହିପରି ସ୍ଥାନୀୟ ଦକ୍ଷିଣ ତପନୁଲି ଜିଲାରେ ବନ୍ୟା ଯୋଗୁ ୧୦ ଘର ଭାସି ଯାଇଥିବାବେଳେ ୧୫୦ ଘର ଏବଂ ବହୁ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now