ଇଣ୍ଡିଆନ ଅଏଲ କର୍ପୋରେସନ ତଥା ଆଇଓସିଏଲ ରିଫାଇନାରୀ ଷ୍ଟୋରେଜ ଟ୍ୟାଙ୍କରେ ଭୟଙ୍କର ବିଷ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।ଗୁଜୁରାଟର ବଦୋଦରାରେ ଘଟିଛି ଏଭଳି କିଛି ଘଟଣା । ଏ ସମ୍ପର୍କ ରେ ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ୩୨ ବର୍ଷ ବୟସ୍କ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।
ରାତି ପ୍ରାୟ ସାଢେ ୩ଟା ରେ ବେନଜେନ ଷ୍ଟୋରେଜ ଟ୍ୟାଙ୍କର ରେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଏହାକୁ ନିୟନ୍ତ୍ରଣ କରିଥିଲେ । ତେବେ ଅଗ୍ନିକାଣ୍ଡରେ କାରଣ ସ୍ପଷ୍ଟ ହୋଇନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now