ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ କ୍ରମାଗତ ହତ୍ୟା ଧମକ ପାଉଥିବା ସଲମାନ ଖାନ୍ ଭୟଭୀତ ହୋଇପଡ଼ିଲେଣି। କଳା ହରିଣ ଶୀକାର ପରଠୁ ସଲମାନ ଓ ତାଙ୍କ ନିକଟ ସମ୍ପର୍କୀୟ ଲରେନ୍ସର ଟାର୍ଗେଟ ହୋଇସାରିଲେଣି। ଲରେନ୍ସ ଗ୍ୟାଙ୍ଗରୁ ବର୍ତ୍ତିବାକୁ କୁଆଡ଼େ ସଲମାନ ବିଷ୍ଣୋଇ ସମାଜକୁ ଟଙ୍କା ଯାଚିଥିଲେ। କିନ୍ତୁ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା ବିଷ୍ଣୋଇ ସମାଜ। ଲରେନ୍ସର ସମ୍ପର୍କୀୟ ରମେଶ ବିଷ୍ଣୋଇ କହିଛନ୍ତି, ବିଷ୍ଣୋଇ ସମାଜକୁ ବହୁ ପୂର୍ବରୁ ଟଙ୍କା ଯାଚିଥିଲେ ସଲମାନ। କିନ୍ତୁ ତାଙ୍କ ବାପା ସଲିମ୍ ଖାନ୍ କହିଥିଲେ, ଟଙ୍କା ପାଇଁ ଏସବୁ କରୁଛି ଲରେନ୍ସ ଗ୍ୟାଙ୍ଗ। ସଲିମଙ୍କୁ ସ୍ମରଣ କରାଇଦେଉଛି ବିଷ୍ଣୋଇ ସମାଜ ଯେ, ଯଦି ଟଙ୍କା ଲାଗି ବିଷ୍ଣୋଇ ସମାଜ ଭୋକିଲା ଥାଆନ୍ତା ତ ସେତେବେଳେ ହିଁ ଟଙ୍କା ନେଇ ରଫାଦଫା କରିଦେଇଥାଆନ୍ତା। କଳା ହରିଣ ଶୀକାର ପରେ ବିଷ୍ଣୋଇ ସମାଜର ପ୍ରତିଟି ବ୍ୟକ୍ତିର ରକ୍ତ ରାଗରେ ଫୁଟୁଛି। ଏହାକୁ କୌଣସି ଟଙ୍କାରେ ତଉଲିବା ମହଙ୍ଗା ପଡ଼ିବ ବୋଲି ଚେତାଇ ଦେଇଛି ବିଷ୍ଣୋଇ ସମାଜ।
Naxatra News is now on Whatsapp
Join and get latest news update delivered to you via whatsapp
Join Now