ଲରେନ୍ସକୁ ଏନକାଉଣ୍ଟର କର- ପାଇବ ୧ କୋଟି ୧୧ଲକ୍ଷ

ଲରେନ୍ସ ବିଷ୍ଣୋଇଙ୍କୁ ଯିଏ ଏନକାଉଣ୍ଟର କରିବ, ତାଙ୍କୁ ୧ କୋଟି ୧୧ଲକ୍ଷ ଟଙ୍କା ପୁରଷ୍କାର ଦିଆଯିବ। ଏଭଳି ଘୋଷଣା କରିଛି କର୍ଣ୍ଣି ସେନା। ଏହାକୁ ନେଇ କର୍ଣ୍ଣିସେନା ଓ ବିଷ୍ଣୋଇ ଟାଇଗର ଫୋର୍ସ ମୁହାଁମୁହିଁ ହୋଇଛନ୍ତି। କର୍ଣ୍ଣିସେନାର ଅଧ୍ୟକ୍ଷ ରାଜ ଶେଖାଓ୍ୱତ ଘୋଷଣା କରିଛନ୍ତି, ଗ୍ୟାଙ୍ଗଷ୍ଟର୍ ଲରେଷ୍ଣକୁ ଯେଉଁ ପୁଲିସ ଅଧିକାରା ଏନକାଉଣ୍ଟର କରିବେ, ତାଙ୍କୁ ସେନା ଦେବ କୋଟିଏ ୧୧ଲକ୍ଷ ୧୧ହଜାର ୧୧୧ ଟଙ୍କା। ସେପଟେ ଏହାର କାଉଣ୍ଟରରେ ବିଷ୍ଣୋଇ ଟାଇଗର ଫୋର୍ସ କହିଛି, କାହାକୁ ଟାର୍ଗେଟ କଲେ ସେମାନେ ବରଦାସ୍ତ କରିବେନି। ଲରେନ୍ସ ଟାଇଗର ଫୋର୍ସ ଅଧ୍ୟକ୍ଷ ରାମପାଲ ଯାଦବ କହିଛନ୍ତି, ଲରେନ୍ସଙ୍କ ବିରୁଦ୍ଧରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ଏହାରି ଭିତରେ ଲରେନ୍ସଙ୍କୁ ଟାର୍ଗେଟ କରି ଫତଓ୍ୱା ବା ପୁରଷ୍କାର ଜାରି କରିବାକୁ ସେମାନେ ସହିବେନି। ଗୁଜରାଟ ସାବରମତୀ ଜେଲରେ ବନ୍ଦୀ ଅଛନ୍ତି ଲରେନ୍ସ। ରାଜ ଶେଖାଓ୍ୱତ୍ କହିଥିଲେ, ସେ ବିଷ୍ଣୋଇ ସମାଜ ବାବଦରେ କିଛି କହୁନାହାନ୍ତି। ଲରେନ୍ସ ଯେହେତୁ ଆତଙ୍କ ଖେଳାଉଛି, ସେଥିଲାଗି ତାଙ୍କୁ ଟାର୍ଗେଟ କରି ଏଭଳି ପୁରଷ୍କାର ଘୋଷଣା କରାଯାଇଛି। ଲରେନ୍ସ ଗ୍ୟାଙ୍ଗ୍ ସୁଖଦେବ ସିଂ ଗୋଗାମଡ଼ିଙ୍କୁ ହତ୍ୟା କରିଛି। ଲରେନ୍ସ ଅପରାଧୀ। କର୍ଣ୍ଣିସେନା ସମାଜର ଲୋକଙ୍କୁ ହତ୍ୟା କରିଥିବାରୁ ଲରେନ୍ସକୁ ବି ଛଡ଼ାଯିବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *