ନିଆଁରେ ଘିଅ ଢାଳନ୍ତୁନି ଓକିଲ-ମାଡ୍ରାସ ହାଇକୋର୍ଟ

ବୈବାହିକ ବିବାଦୀୟ ମାମଲାରେ ନିଆଁ ଲଗାନ୍ତୁନି ଓକିଲ। ଏ ସମ୍ପର୍କରେ ମାଡ୍ରାସ ହାଇକୋର୍ଟ ବାର୍ କାଉନସିଲ ଅଫ ଇଣ୍ଡିଆକୁ ଗାଇଡଲାଇନ୍ ଫ୍ରେମ୍ କରିବାକୁ ନିର୍ଦେଶ ଦେଇଛନ୍ତି। ବୈବାହିକ ଜୀବନ କେମିତି ସୁରକ୍ଷିତ ରହିବ, ଭାଙ୍ଗିବନି। ବରଂ ତା ଉପରେ ଅଧିକ ଫୋକସ ଦେବାକୁ ପରାମର୍ଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ବୈବାହିକ ଜୀବନ ପୁଣି କେମିତି ଠିକ୍ ହୋଇଯିବ ଓ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିବ, ସେ ଦିଗରେ ଓକିଲ ଧ୍ୟାନ ଦିଅନ୍ତୁ। ଜଷ୍ଟିସ ଭବାନୀ ସୁବାରୋୟନ ଓ ଜଷ୍ଟିସ କେକେ ରାମକ୍ରିଷ୍ଣନଙ୍କ ଖଣ୍ଡପୀଠ ଓକିଲଙ୍କୁ ସେମାନଙ୍କର ସାମାଜିକ ଦାୟିତ୍ୱବୋଧ ଉପରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ଓକିଲଙ୍କ ଏଭଳି କୌଣସି ଭୂମିକା ଯେମିତି ଦାମ୍ପତ୍ୟ ଜୀବନକୁ ନଷ୍ଟ ନ କରିଦିଏ, ସେ ଦିଗରେ ଧ୍ୟାନ ଦେବା ଦରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *