ମୋଦିଙ୍କ ଘରକୁ ଆସିଲା ନୂଆ ଅତିଥି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରକୁ ଆସିଲା ନୂଆ ଅତିଥି । ଆପଣ ଭାବୁଥିବେ ଏହି ଅତିଥି କିଏ ହୋଇଥିବେ । ତେବେ ଏହି ଅତିଥି କୌଣସି ବ୍ୟକ୍ତି ନୁହେଁ ବରଂ ଛୋଟ ବାଛୁରୀ । ଆଉ ନୂଆ ଅତିଥିଙ୍କ ନାମକରଣ ମଧ୍ୟ କରିଛନ୍ତି ମୋଦି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସରକାରୀ ବାସଭବନରେ ନୂଆ ଅତିଥି ପହଞ୍ଚିବା ୪୨ ସେକେଣ୍ଡର ଭିଡିଓ ମୋଦୀ ସେୟାର କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ବାଛୁରୀକୁ କୋଳରେ ଧରି ତା ସହିତ ଖେଳୁଥିବାର ନଜର ମଧ୍ୟ ଆସିଛନ୍ତି ।

ଏହାକୁ ନେଇ ମୋଦି ଲେଖିଛନ୍ତି , ଆମ ଶାସ୍ତ୍ର ରେ କୁହାଯାଇଛି .. “ଗାୱଃ ସର୍ବସୁଖ ପ୍ରଦାଃ” ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ଆବାସରେ ପରିବାରରେ ନୂଆ ସଦସ୍ୟଙ୍କୁ ଶୁଭ ଆଗମନ ।ପ୍ରଧାନମନ୍ତ୍ରୀ ଆବାସରେ ପ୍ରିୟଗୋ ମାତା ଏକ ନବଜାତ ବାଛୁରୀକୁ ଜନ୍ମ ଦେଇଛି । ଏହାର ମୁଣ୍ଡରେ ଜ୍ୟୋତି ଚିହ୍ନ ରହିଛି । ଏହାର ନାମ “ଦୀପଜ୍ୟୋତି” ରଖାଯାଇଛି ।ପ୍ରଧାନମନ୍ତ୍ରୀ ନିଜେ ପୋଷ୍ଟ କରିଛନ୍ତି, ପୋଷ୍ଟରେ ପ୍ରଧାନମନ୍ତ୍ରୀ ବାଛୁରୀକୁ ଗେହ୍ଲା କରୁଥିବାର ନଜର ଆସିଛନ୍ତି । ଘର ମନ୍ଦିରରେ ବାଛୁରୀକୁ ମାଳ ପିନ୍ଧାଇବା ସହିତ ନିଜ କୋଳରେ ବସାଇଥିବାର ଦେଖିବାକୁ ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *