ଆମେରିକା ଯିବେ ମୋଦୀ

ସେପ୍ଟେମ୍ବର ୨୧ରେ ଆମେରିକା ରେ ବସିବ କ୍ବାଡ ସମ୍ମିଳନୀ । ୱାଲମିଙ୍ଗଟନରେ ଅନୁଷ୍ଟିତ ହବାକୁ ଥିବା ବୈଠକରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ , ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ । ଉଭୟ ଜୋ ବାଇଡେନ ଓ ଫୁମିଓ କିସିଦାଙ୍କ ପାଇଁ ଏହା ହେବ ଶେଷ ଶିଖର ସମ୍ମିଳନୀ ।

ଆସନ୍ତା ବର୍ଷ ଏହି କ୍ବାଡ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ । ଜାତିସଂଘର ସାଧାରଣ ବୈଠକରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଉଥିବା ବେଳେ କ୍ବାଡ ସମ୍ମିଳନୀରେ ମଧ୍ୟ ସାମିଲ ହେବେ । ଚଳିତ ଥର ନ୍ୟୁୟର୍କ ପରିବର୍ତ୍ତେ ୱିଲମିଙ୍ଗଟନରେ ଶିଖର ସମ୍ମିଳନୀ କରିବାକୁ ସହଯୋଗୀଙ୍କ ମଧ୍ୟରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *