ବିରଳ ସଂଗ୍ରାହକଙ୍କ ବିରଳ କାର୍ଯ୍ୟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଫଳ ଯାତ୍ରାକୁ ନେଇ ସଂଗ୍ରାହକଙ୍କ ଶତାଧିକ ଫଟୋଗ୍ରାଫ୍ ଓ ୩ଟି ଭାଷାର ସମ୍ବାଦପତ୍ର ସଂଗ୍ରହ ।  ମୁଖ୍ୟମନ୍ତ୍ରୀଙ୍କ  ଗାଁ ରାଇକଳାରୁ ତୃତୀୟ ମହଲା ଯାଏ ସଫଳ ରାଜନୈତିକ ଯାତ୍ରାର ପ୍ରତି ମୂହୁର୍ତ୍ତର ଫଟୋଚିତ୍ରକୁ ସଂଗ୍ରହ କରିଛନ୍ତି କେନ୍ଦୁଝରର ସଂଗ୍ରାହକ ସୁଜିତ ପଟ୍ଟନାୟକ।  ଏଥିରେ ମୁଖ୍ୟମନ୍ତ୍ରୀଙ୍କର ଶିଶୁମନ୍ଦିରରେ ଶିକ୍ଷକତା ଠାରୁ ଆରମ୍ଭ କରି ପ୍ରଥମେ ସରପଞ୍ଚ ଓ ୪ଥର ବିଧାୟକ ଭାବେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ଆଦି ସମୟର ଫଟୋକୁ ସେ ସଂଗ୍ରହ କରିଛନ୍ତି।  କେବଳ ଏତିକିରେ ତାଙ୍କ ସଂଗ୍ରହ ସୀମିତ ହୋଇନାହିଁ,  ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେବା ପରଠାରୁ ଶପଥ ଗ୍ରହଣ ହେବାଯାଏ, ସମସ୍ତ ସମୟରେ ପ୍ରକାଶିତ ୩ଟି ଭାଷାର ଶତାଧିକ ସମ୍ବାଦପତ୍ର ସଂଗ୍ରହ କରିଛନ୍ତି ସୁଜିତ। ତାଙ୍କର ଏଭଳି ସଂଗ୍ରହକୁ ଉଚ୍ଚପ୍ରଶଂସା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

କିଛି ବର୍ଷ ସାମ୍ବାଦିକତା କରିବା ପରେ ସୁଜିତ ଏହି ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଥିଲେ।  ଏପର୍ଯ୍ୟନ୍ତ ସେ ୬ହଜାରରୁ ଅଧିକ ଖବର କାଗଜ ସଂଗ୍ରହ କରିଛନ୍ତି।  ଯେଉଁଥିରେ ସ୍ବାଧୀନତା ପୂର୍ବର ୮ଶହ ଖବର କାଗଜ ସହିତ, ବିଦେଶର ୧୬୫ଟି ଖବର କାଗଜ ସ୍ଥାନ ପାଇଛି।  ଏଥିସହିତ ସେ ଅନେକ ବିରଳ ଷ୍ଟାମ୍ପ, କଏନ୍, ଦିଆସିଲି ଖୋଳ ଆଦି ସଂଗ୍ରହ କରିଛନ୍ତି।  

ତାଙ୍କର ଏହି ସଂଗ୍ରହ, ଗବେଷକ ଓ ଆଗାମୀ ପୀଢି ପାଇଁ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *