୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Spread the love

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗ୍ରାମରେ ଆଦିବାସୀ ପରିବାର ବିରଂଚି ନାରାୟଣ ଟୁଡୁଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ସେ ଦେଶର ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ଆସନ କରିଛନ୍ତି ଅଳଙ୍କୃତ । ରାଇରଙ୍ଗପୁରରୁ ରାଇସିନା ହିଲରେ ପହଂଚି ଦେଶର ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । ଦ୍ରୌପଦୀ ମୁର୍ମୁ ଜଣେ ମିଷ୍ଟଭାଷୀ ନେତ୍ରୀ । ଯିଏ କି ନିଜ କଠିନ ପରିଶ୍ରମ ବଳରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ । ୨୦୨୨ରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ସର୍ବୋଚ୍ଚ ପଦବୀରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *