ଭୁଜ ଏୟାରବେସରେ ରାଜନାଥ ସିଂହ

ଗୁଜୁରାଟ ସ୍ଥିତ ଲ ଭୁଜ ଏୟାରବେସରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ । ସ୍ବତନ୍ତ୍ର ବିମାନରେ ଯାଇ ପହଞ୍ଚିଲେ ରାଜନାଥ । ଅପରେସନ ସିନ୍ଦୂର ପରେ ବୀରଙ୍କ ସଫଳତା ଓ ସାହସକୁ ପ୍ରଶଂସା କରି ବାୟୁବୀରଙ୍କ ସହ କରିବେ ଆଲୋଚନା । ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ୬ ଦିନ ହୋଇଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ବୀର ଯବାନଙ୍କୁ ବିଭିନ୍ନ ସମୟରେ ଭେଟି ସେମାନଙ୍କ ମନୋବଳ ବଢାଉଛନ୍ତି । 

ସେପଟେ ଗତକାଲି ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ରାଜନାଥ । ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାଦାମୀବାଗ୍ କ୍ୟାଣ୍ଟନମେଣ୍ଟରେ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଥିଲେ । ତାସହ ପାକ୍ ଉପରେ ପ୍ରହାର କରିଥିଲେ ରାଜନାଥ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *