କ୍ରେତାଙ୍କୁ ୧୫ ଲକ୍ଷ ଟଙ୍କା ଫେରାଅ। ସମ୍ପୂର୍ଣ୍ଣ ବୁକିଂ ଦର ଫେରାଇବାକୁ ଗୋଦରେଜକୁ ନିର୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ରେରା। ରେରା କହିଛନ୍ତି ପ୍ରକଳ୍ପଟି ଯେତେବେଳେ ଚାଲୁଥିଲା, ଠିକ୍ ସେତିକିବେଳେ ରିଅଲ ଇଷ୍ଟେଟ୍ ଆଇନ ଆସିଥିଲା। ସେଥିଲାଗି ଡେଭଲପର କ୍ରେତାଙ୍କୁ ବୁକିଂ ବା ଅଗ୍ରୀମ ଅର୍ଥରାଶି ୧୫ ଲକ୍ଷ ଟଙ୍କା ଫେରସ୍ତ କରିବାକୁ କୁହାଯାଇଛି। ମୁମ୍ୱାଇର କୁର୍ଲାରେ ୪କୋଟି୩ଲକ୍ଷ ଟଙ୍କାର ଲକଜରି ପ୍ରୋଜେକ୍ଟରେ ଘର କିଣିବାକୁ ଚାହୁଁଥିଲେ ଜଣେ ବରିଷ୍ଠ ନାଗରିକ। ବୁକିଂ କରିବାର ୧୦ ଦିନ ଭିତରେ ବୁକିଂ କ୍ୟାନସଲ କରିଥିଲେ କ୍ରେତା। ରେରାରେ ପ୍ରୋଜେକ୍ଟ ପଞ୍ଜୀକୃତ ହେବା ଆଗରୁ କ୍ରେତା ବୁକିଂ କ୍ୟାନସଲ କରିଥିବାରୁ ଟଙ୍କା ଫେରସ୍ତ ସମ୍ଭବ ନୁହେଁ ଓ ଏହି ମାମଲା ରେରା କୋର୍ଟଙ୍କ ପରିସରଭୁକ୍ତ ବି ନୁହେଁ ବୋଲି ଯୁକ୍ତି ଦର୍ଶାଇଥିଲା ଗୋଦରେଜ୍ ପ୍ରପର୍ଟି। ଗୋଦରେଜ ପ୍ରୋପର୍ଟି ପ୍ରମୋଟର ଭାବେ ଜୁଲାଇ ୨୦୧୭ରେ ମାନ୍ୟତା ପାଇଥିଲା। କିନ୍ତୁ ରେରା ସ୍ପଷ୍ଟ କରିଦେଇଛନ୍ତି କ୍ରେତା କିଶୋର ଶାମଜୀ ଛେଦାଙ୍କୁ ପୁରା ଅଗ୍ରୀମ ଅର୍ଥରାଶି ଫେରସ୍ତ କରିବାକୁ ପଡ଼ିବ। ମେ ଶେଷ ସପ୍ତାହରେ ଡେଭେଲପର ଛେଦାଙ୍କୁ କହିଥିଲେ ଯେ, ସେ ଦେଇଥିବା ଅଗ୍ରୀମ ଅର୍ଥରାଶି ଫେରସ୍ତ କରିହେବନି। ଏଥିରେ ରେରା ହସ୍ତକ୍ଷେପ କରି ଏଭଳି ନିର୍ଦେଶ ଦେଇଛନ୍ତି। ଯେହେତୁ ପ୍ରକଳ୍ପ ଚାଲୁଥିଲା ଆଉ ଏହାର କମ୍ପ୍ଲିସନ ସାର୍ଟିଫିକେଟ ଇସ୍ୟୁ ହୋଇନଥିଲା। ସେଥିଲାଗି ବୁକିଂର ମାତ୍ର ୧୦ ଦିନ ଭିତରେ କ୍ୟାନସଲ କରିଥିବାରୁ ଫ୍ଲାଟର ମାର୍କେଟ ପ୍ରାଇଜ୍ ଏତେ ପ୍ରଭାବିତ ହୋଇନଥିଲା କି ଡେଭଲପର କ୍ଷତିଗ୍ରସ୍ତ ହେବାର ଆଶଙ୍କା ନଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now