ଇସ୍ରାଏଲ ଉପରେ ଶତାଧିକ ରକେଟ୍ ମାଡ଼ କରିଛି ହେଜବୁଲ୍ଲା

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ ବଡ଼ ଯୋଜନା କରୁଛି। ଇରାନଠାରୁ ସିଧାସଳଖ ସାମରିକ ସହାୟତା ହାତେଇ ଥିବା ହେଜବୁଲ୍ଲା ଆଜି ଲେବାନନ୍ ଓ ୟେମେନରୁ ଇସ୍ରାଏଲ ଉପରେ ଶତାଧିକ ରକେଟ୍ ମାଡ଼ କରିଛି। ତେଲ ଅଭିଭ୍ ସମେତ କେନ୍ଦ୍ରୀୟ ଇସ୍ରାଏଲ ଉପରେ ରବିବାର ସକାଳେ ବଡ଼ ଧରଣର ରକେଟ୍ ଆକ୍ରମଣ ହୋଇଛି।ତେବେ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆଇରନ୍ ଡୋମ ଅଧିକାଂଶ ରକେଟ୍କୁ ଧ୍ବସ୍ତ କରିବାରେ ସକ୍ଷମ ହୋଇଥିବାରୁ ବଡ଼ ବିପର୍ଯ୍ୟୟ ଟଳିଯାଇଛି। ଆଜି ସକାଳେ ଆକ୍ରମଣ ଆରମ୍ଭ ହେବାମାତ୍ରେ ଏୟାର ଷ୍ଟ୍ରାଇକ୍ ସାଇରନ୍ ବାଜିବାରୁ ଲୋକେ ସୁରକ୍ଷିତ ଆଶ୍ରୟସ୍ଥଳକୁ ଦୌଡ଼ିଥିଲେ ଏବଂ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ରିପୋର୍ଟ କରିଛି ଯେ ଆଇରନ୍ ଡୋମ୍ ଏୟାର ଡିଫେନ୍ସ ସିଷ୍ଟମ ବହୁ ସଂଖ୍ୟକ ରକେଟ୍କୁ ଅଟକାଇବାରେ ସକ୍ଷମ ହୋଇଥିଲେ। ତେବେ କେତେକ ରକେଟ୍ ପ୍ରବେଶ କରିବାରେ ସଫଳ ହୋଇଥିବାରୁ କେନ୍ଦ୍ରୀୟ ଇସ୍ରାଏଲର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମୃତକ ସଂଖ୍ୟା ପ୍ରକାଶ କରାଯାଇନଥିବା ବେଳେ ଜରୁରୀକାଳିନ ସେବା ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଥିବା ସୂଚନା ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *