ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଜଣ ଆତଙ୍କବାଦୀ

ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଜଣ ଆତଙ୍କବାଦୀ ଓ ଜଣେ ଆତଙ୍କବାଦୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀରର କାଠୁଆରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀମାନେ ପାଇଥିଲେ । ପରେ ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ୩  ଜଣ ଆତଙ୍କବାଦୀ ନିପାତ ହେବା ସହିତ ଆଉ ଜଣେ ଆହତ ହୋଇଛନ୍ତି । ଏହି ସର୍ଚ୍ଚ ଅପରେସନ ଅର୍ଦ୍ଧସାମରିକ ବାହିନୀ, ଏସଓଜି ଯବାନ ଓ ପୋଲିସର ସହାୟତାରେ କରାଯାଇଥିଲା । ଭାରତ-ପାକିସ୍ତାନ ସୀମାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଜମ୍ମୁ-କଶ୍ମୀରର ଅଖନୁର ଜିଲ୍ଲାରେ ପାକିସ୍ତାନ ପଟରୁ  ଗୁଳିବିନିମୟ ହୋଇ  ଜଣେ ଯବାନ ଆହତ ହୋଇଥିଲେ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *