ଆଗାମୀ ୫ ଦିନ ରାଜ୍ୟରେ ବର୍ଷା

ରାଜ୍ୟରେ ମୌସୁମୀର  ଛିଟା । ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ମଧ୍ୟ ହୋଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଅନେକ ସ୍ଥାନରେ ବ୍ରଜପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ଝାଡଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶାର ବାୟୁମଣ୍ଡଳ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି ଓ ୫.୮ କି.ମି ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାକି ବାୟୁମଣ୍ଡଳରେ ଦକ୍ଷିଣ ଆଡକୁ ଢଳିଛି। ଏହା ପ୍ରଭାବରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ଘଣ୍ଟାରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର,ଭଦ୍ରକ, ବାଲେଶ୍ୱରରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗତ ୨୪ଘଣ୍ଟାରେ ଓଡିଶାର ଜଗତସିଂହପୁର ଜିଲ୍ଲାର ବାଲିଗୁଡାରେ ସର୍ବାଧିକ ୧୦୯.୦ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ବାଲେଶ୍ୱର ଜିଲ୍ଲା ଖଇରାରେ ୧୧.୫ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ମୟୁରଭଞ୍ଜ ରାଇରଙ୍ଗପୁରରେ ୪୮.୦ ମି.ମି ବର୍ଷା ରେକର୍ଡ କରାଯାଇଛି। ନୂଆପଡାରେ ୪୨.୨ ମି. ମି, ବରଗଡ ୪୧.୪ ମି. ମି, ଭଟଲି ୩୫ ମି. ମି, କେନ୍ଦୁଠର ଘଷିପୁରାରେ ୩୦.୧ ମି. ମି, ଆନ୍ଦପୁରରେ ୨୯.୪ ମି. ମି, ମୟୁରଭଞ୍ଜ ବାଙ୍ଗିରି ପୋଷିରେ ୨୮.୬ ମି. ମି, ଠାକୁରମାଣ୍ଡିରେ ୨୭.୮ ମି. ମି, ଭୁବନେଶ୍ୱରରେ ୨୬.୫ ମି. ମି ବର୍ଷା ରେକର୍ଡ କରାଯାଇଛି। ଏନେଇ ପାଣିପାଗ କେନ୍ଦ୍ର ସବଚନା ଜାରି କରିଛି।

ବ୍ୟୁରେ ଇନପୁଟ ସହ ଶୁଭଲକ୍ଷ୍ମୀଙ୍କ ରିପୋର୍ଟ ନକ୍ଷେତ୍ର ନ୍ୟୁଜ୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *