ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ସ୍କୁଲ ଅଫିସ ଘରେ ରସିକିଆ ଶିକ୍ଷକଙ୍କୁ ମାଡ ମାରିବା ସହ ଶିକ୍ଷକଙ୍କୁ ଅନ୍ୟତ୍ର ନେଇ ଗଲେ ଗ୍ରାମବାସୀ। ସୂଚନା ଅନୁସାରେ ଜଳେଶ୍ୱର ଥାନା ଜଳକା ପଡିଆ କପାସୁଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଜେନା ଗତକାଲି ସ୍କୁଲ ସରିବା ପରେ ପ୍ରଥମ ଶ୍ରେଣୀର ଜୈନିକ ଛାତ୍ରୀଙ୍କୁ ଅଫିସକୁ ଡାକି ଅସଦାଚରଣ କରି ଥିଲେ, ଛାତ୍ରୀ ଜଣକ ଘର କହିବା ପରେ ସ୍କୁଲ କମିଟି ସଭାପତି ମିଟିଙ୍ଗ ଡାକି ଘଟଣାର ବୁଝୁ ଥିବା ସମୟରେ ଅବିଭାବକ ମାନେ ଶିକ୍ଷକଙ୍କୁ ଅଟକ ରଖି ଥିଲେ ଏବଂ ଗ୍ରାମର କିଛି ବ୍ୟକ୍ତି ସ୍କୁଲ ଅଫିସରେ ପଶି ନିର୍ଦ୍ଧୁମ ମାଡ ମାରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ସ୍କୁଲରୁ ଅନ୍ୟତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି। ଏହି ବାବଦରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ପୋଲିସକୁ ଏ ସଂମ୍ପର୍କରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ, ରସିକିଆ ଶିକ୍ଷକ ନାମରେ ପୂର୍ବରୁ ମଧ୍ୟ ଏ ଭଳି ଅଭିଯୋଗ ରହି ଅଛି ବୋଲି ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *