ପୁରୁଣା ପାଚେରିରେ ରଙ୍ଗ ବୋଳି ଅର୍ଥ ହରିଲୁଟ୍

ବାଙ୍କି:  ଚିନ୍ତାରେ ଛାତ୍ର ଛାତ୍ରୀ ଓ ଅଭିଭାବକ। ସ୍କୁଲ ଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୫ଟି ଅଧିନରେ ରୂପାନ୍ତିକରଣ ଯୋଜନା କରିଛନ୍ତି। ହେଲେ ବାଙ୍କୀର ବରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଖି ଦୃଶିଆ ଉନ୍ନତି ମୂଳକ କାମ କରାଯାଇ ନାହିଁ। ସେପଟେ ଜଣେ ଶିକ୍ଷୟିତ୍ରୀ ଓ ଅଣେ ଅସ୍ଥାୟୀ ଶିକ୍ଷକଙ୍କ ଭରଷାରେ ଚାଲିଛି ପାଠ ପଢ଼ା।

ଉନ୍ନତିକରଣ ପାଇଁ  ବାଙ୍କୀର ବରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କ ୫ଟି ଯୋଜନାରେ ସାମିଲ କରାଯାଇଛି। ହେଲେ ବିଦ୍ୟଳୟରେ ହେଉ ନାହିଁ କୈଣସି ଉନ୍ନତିମୂଳକ କାର୍ଯ୍ୟ।  ପୁରୁଣା ପାଚେରିରେ ରଙ୍ଗ ବୋଲି ଠକି ଦେଇ ସରକାରୀ ଅର୍ଥର ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗୋଟିଏ ରୋଷେଇ ଘରର ସୁବିଧା ନାହିଁ। ବିଦ୍ୟାଳୟର ଚର୍ତୁପାର୍ଶ୍ୱକୁ ଦେଖିଲେ ମନେ ହୁଏ ଯେପରି ବିଦ୍ୟାଳୟଟି ଜଙ୍ଗଲ ଭିତରେ ରହିଛି। ସେପଟେ ବିଦ୍ୟାଳୟ ଭିତର ପରିସର ଖାଲ ଖମାରେ ଭର୍ତ୍ତି ହୋଇଛି। ଅସରାଏ ବର୍ଷା ହେଲେ ପାଣି ଜମାଟ ବାନ୍ଧି ଚଲାବୁଲା କରିବା  ମଧ୍ୟ କଷ୍ଟ କର ହୋଇପଡେ।

କଥା କେବଳ ଏତିକିରେ ସରୁନି,  ସ୍କୁଲରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାର ବ୍ୟବସ୍ଥା ଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଓ ଜଣେ ଅସ୍ଥାୟୀ ଶିକ୍ଷକଙ୍କୁ ନେଇ ଚାଲିଛି ପାଠପଢ଼ା। ବିଦ୍ୟାଳୟରେ ନିୟୁକ୍ତ ଥିବା ଅନ୍ୟ ୭ ଜଣ ଶକ୍ଷକ-ଶିକ୍ଷୟିତ୍ରୀ ଭୁବନେଶ୍ୱରରେ ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଛି।

ମନୋଜ କୁମାର ଦଳେଇ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *