ଓଡ଼ିଶାପାଣିପାଗ ଓ ପରିବେଶ

ବସନ୍ତ ନିଖୋଜ

ଭୁବନେଶ୍ୱର: ଫେବୃଆରୀରୁ ଖରାରେ ସିଜୁଛି ଓଡିଶା । ଗତକାଲି ପାରଦ ୩୮ ଛୁଇଁବା ପରେ ଦେଶର ସବୁଠୁ ଉତପ୍ତ ସହର ମଧ୍ୟରେ ଭୁବନେଶ୍ୱରର ନାମ ଆସିବା ଓ ଭୁବନେଶ୍ୱରରେ ସର୍ବାଧିକ ଗରମ ଓ ଗୁଳୁଗୁଳି ଅନୁଭବ ହେବା ଓଡ଼ିଶାରେ ନିହାତି ଜନସାଧାରଣଙ୍କ ଚିନ୍ତାର କାରଣ ।

ଫେବୃଆରୀରୁ ଅସହ୍ୟ ତାତି। ଗ୍ରୀଷ୍ମ ନଆସୁଣୁ ଜଳିଗଲା ବସନ୍ତ। ରାଜଧାନୀରେ ଉପରମୁହାଁ ପାରଦ। ଓଡିଶାରେ ଦୁଇ ଦିନ ହେବ ଖରାର ପ୍ରକୋପ ଦେଖିବାକୁ ମିଳିଛି। ଗତ ୨ ଦିନ ହେବ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ରହିଛି। ମଙ୍ଗଳବାର ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚିଥିଲା। ବାୟୁମଣ୍ଡଳରେ ଆର୍ଦ୍ରତା କମ୍‌ ଯୋଗୁଁ ଖରା ଅତ୍ୟନ୍ତ ଟାଣ ଥିଲା। ଏଣିକି କ୍ରମାଗତ ଭାବେ ରାଜଧାନୀ ଓ ରାଜ୍ୟର ତାପମାତ୍ରା ବଢ଼ି ଚାଲିବ ଓ ମାର୍ଚ୍ଚ ପହିଲାରୁ ଭୀଷଣ ଗରମ ଆରମ୍ଭ ହୋଇଯିବ। ତେବେ ସହରୀକରଣ ଓ ଆର୍ଦ୍ରଭୂମିର ଅଭାବ ଭୁବନେଶ୍ବର ପାଇଁ  ଏହା କାଳ ହେବ।

ଏଥର ଗ୍ରୀଷ୍ମପ୍ରବାହ ରାଜଧାନୀବାସୀଙ୍କୁ କଲବଲ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିବା ସହ ଚିନ୍ତା ପ୍ରକଟ କଲେଣି। ଅପରପକ୍ଷେ, ୩୭.୧ ଡିଗ୍ରୀ ସହ ଅନୁଗୁଳ ତାଲିକାର ଦ୍ବିତୀୟରେ ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଫେବ୍ରୁଆରିରେ ଏଭଳି ଦିନ ତାପମାତ୍ରା ସ୍ବାଭାବିକ। ୨୦୧୬ ମସିହା ଫେବ୍ରୁଆରି ୨୧ ତାରିଖରେ ଭୁବନେଶ୍ବର ସର୍ବୋଚ୍ଚ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପି ୪୦.୯ ଡିଗ୍ରୀ ରେକର୍ଡ ହୋଇଥିଲା। ଏହାସହ ପାଣିପାଗ ବିଭାଗ ମଧ୍ୟ ଖରା ପାଇଁ ଲୋକଙ୍କୁ ସତର୍କ କରାଯାଇଛି।

ଫେବ୍ରୁଆରି ମାସରେ ରାଜଧାନୀ ଭୁବନେଶ୍ବରର ସର୍ବକାଳୀନ ରେକର୍ଡ ହେଉଛି ୪୨.୭ ଡିଗ୍ରୀ । ଯାହାକି ୧୯୬୩ ଫେବ୍ରୁଆରି ୨୩ ତାରିଖରେ ରେକର୍ଡ ହୋଇଥିଲା। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଆର୍ଦ୍ରତା କମ୍ ଓ ବର୍ଷା ଅଭାବ ଯୋଗୁଁ ତାପମାତ୍ରା ବଢ଼ିପାରେ ଓ ଟାଣ ଖରା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଅନେକ ସ୍ଥାନରେ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ପାଈଁ ଗଛ କାଟିବା ଭଳି ପରିସ୍ଥିତିରୁ ଏଭଳି ହେଉଥିବା କହିଛନ୍ତି ବୁଦ୍ଧିଜୀବୀ।

ଏବେଠାରୁ ଏମିତି ଖରା ହେବ ଆଗକୁ କଣ ହେଉଛି ତାହା ସମୟ କହିବା। ଯଦି ଆଗକୁ ଖରା ବଢେ ତାହାଲେ ଜନଜୀବନ ପ୍ରଭାବିତ ହେବ ନିଶ୍ଚିତ।

ଅକ୍ଷୟ ମହାରଣାଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button