କାମାକ୍ଷାନଗର: ଆବାସ ଯୋଜନାରେ ସଠିକ ଭାବେ ଯାଞ୍ଚ କରି, ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କଡା ନିର୍ଦେଶ ଦେଇଛନ୍ତି । ହେଲେ ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡ ଅଧୀନରେ ଥିବା ପଂଚାୟତ ଗୁଡ଼ିକରୁ କେଉଁ ଗାଁର ତାଲିକାରେ ଅଯୋଗ୍ୟଙ୍କ ଲମ୍ବା ତାଲିକା ଅଛି ତ, କେଉଁଠି ତାଲିକାରେ ନାମ ଥାଇ ମଧ୍ୟ୍ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି ।
ଢେଙ୍କାନାଳ କାମାକ୍ଷାନଗର ବ୍ଲକ ମୋଟା ଗାଁର ଶ୍ରୀକାନ୍ତ ସ୍ୱାଇଁଙ୍କ ଘର । ଏଠାରେ ସେ ତାଙ୍କ ସ୍ତ୍ରୀ ଏବଂ ୨ ଝିଅଙ୍କୁ ନେଇ ବିପଦସଂକୁଳ ଭାବେ ରହୁଛନ୍ତି । ପୂର୍ବରୁ ତାଙ୍କ ନାମ ଆବାସ ତାଲିକାରେ ଥିବାବେଳେ ଏବେ ତାଙ୍କ ନାମ ତାଲିକାରେ ନ ଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ପରଜଙ୍ଗ ବ୍ଲକର ଗଡ଼ ପରଜଙ୍ଗ, ସରାଙ୍ଗ, ଗେଙ୍ଗୁଟିଆ, ଆଖୁଆପାଳ, ଜୟପୁରା କାଟେଣୀ ଆଦି ପଂଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଆବାସ ତାଲିକାରେ ଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ଦେଖିବାକୁ ମିଳିଛି । ସେପଟେ କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ଗାଁର ଅନେକ ଯୋଗ୍ୟ ହିତାଧିକାରୀ ବାଦ ଥିବାରି ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ତେବେ ଏ ନେଇ କାମାକ୍ଷାନଗର ବିଡ଼ିଓଙ୍କୁ ମୋଟା ଗ୍ରାମର ଶ୍ରୀକାନ୍ତ ସ୍ୱାଇଁ ଲିଖିତ ଅଭିଯୋଗ କରିଥିବା ବେଳେ, ସ୍ଥାନୀୟ ସରପଞ୍ଚ ମଧ୍ୟ୍ ଏହାକୁ ଖଣ୍ଡନ କରିଛନ୍ତି । ସେପଟେ କଙ୍କଡାହାଡ଼ ବିଡ଼ିଓ ଓ ଭୁବନ ବିଡ଼ିଓଙ୍କୁ ଯୋଗ୍ୟ ହିତାଧିକାରୀ କରିଥିବା ଅଭିଯୋଗକୁ ପରେ ଦେଖାଯିବ କହି ଏଡେଇ ଯାଇଛନ୍ତି । ସେପଟେ ଆସୁଥିବା ଅଭିଯୋଗକୁ ଗୁରୁତ୍ୱ ଦିଆଯିବା ସହ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ କିଭଳିଙ୍କୁ ଯୋଜନାରେ ସାମିଲ କରାଯିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।
ତେବେ ଅଯୋଗ୍ୟକୁ ହଁ, ଯୋଗ୍ୟଙ୍କୁ ନାଁ ଅଭିଯୋଗ ଉପରେ କେବେ ଓ କି ପଦକ୍ଷେପ ନେଉଛନ୍ତି ଜିଲ୍ଲାପାଳ ତାହା ଦେଖିବାକୁ ବାକି ରହିଲା ।
ସୈାମେନ୍ଦ୍ର କୁମାର ସାହୁ
Naxatra News is now on Whatsapp
Join and get latest news update delivered to you via whatsapp
Join Now