ଆଜି ଭୁବନେଶ୍ବର ପଟିଆ ସ୍ଥିତ କୌସ୍ତୁଭ ଟେକ୍ନିକାଲ କ୍ୟାମ୍ପସ ଠାରେ କୌସ୍ତୁଭ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ର ବାର୍ଷିକ ଉତ୍ସବ “XUBERANCE-2025” ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୃଥୀରାଜ ହରିଚନ୍ଦନ ।
ଏହି ଶିକ୍ଷାନୁଷ୍ଠାନର ଓଡ଼ିଶା ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି।ଏହାର ଛାତ୍ରଛାତ୍ରୀମାନେ ବିଭିନ୍ନ ଅଖିଳ ଭାରତୀୟ ସେବା ପରୀକ୍ଷା, ଓଡ଼ିଶା ପବ୍ଲିକ୍ ସର୍ଭିସେସ୍ ପରୀକ୍ଷା (OPSC) ଏବଂ ପ୍ରମୁଖ ମହାରତ୍ନ, ନବରତ୍ନ କମ୍ପାନୀଗୁଡ଼ିକରେ ମନୋନୀତ ଏବଂ ଶହ ଶହ ଛାତ୍ରଛାତ୍ରୀ ଆମେରିକା, କାନାଡା, ୟୁରୋପ, ଦକ୍ଷିଣ କୋରିଆ ଏବଂ ଜାପାନର ପ୍ରମୁଖ BLUE-CHIP କମ୍ପାନୀଗୁଡ଼ିକରେ କାର୍ଯ୍ୟ କରି ଅନୁଷ୍ଠାନକୁ ଗୈାରବାନ୍ବିତ କରିବା ସହ ରାଜ୍ୟ ଓ ଦେଶ ର ଗାରିମା ବୃଦ୍ଧି କରିଛନ୍ତି।ଆଗାମୀ ଦିନରେ ଏହି ଇନଷ୍ଟିଚ୍ୟୁସନ୍ସ ର ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନକୌଶଳ କୁ ଆହରଣ କରି ଦେଶ ଓ ବିଦେଶରେ ସୁପ୍ରତିଷ୍ଠିତ ହୋଇ ଇନଷ୍ଟିଚ୍ୟୁସନ୍ସ ଓ ରାଜ୍ୟକୁ ଆହୁରି ଗୈାରବାନ୍ବିତ କରନ୍ତୁ , ଏହା ହିଁ ମୋର ପରାମର୍ଶ ହେବ ବୋଲି କହିଛନ୍ତି ପୃଥୀରାଜ ହରିଚନ୍ଦନ
ଏହି ସମାରୋହରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକସ୍ ଓ ଆଇଟି ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ,କୌସ୍ତୁଭ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ସ ର ଅଧ୍ୟକ୍ଷ ଇଂ ପ୍ରଭାତ ରଞ୍ଜନ ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now