ଖୋଲିଲା ଏସି ଟନେଲ

Spread the love

ରଥଯାତ୍ରା ପାଇଁ ବଡଦାଣ୍ଡରୁ ଖୋଲାଗଲା ଏସି ଟନେଲ। ପ୍ରବଳ ରୈଦ୍ରତାପରୁ ଭକ୍ତମାନେ ରକ୍ଷା ପାଇବା ପାଇଁ ଲଗାଯାଇଥିଲା ଏସି ଟନେଲ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୟରେ ଲଗାଯାଇଥିଲା ଏହି ଏସି ଟନେଲ। ପୁରୀ ମର୍ଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଲାଗିଥିଲା ଏହି ଟନେଲ। ଟନେଲଟି ୮୪ମିଟର ଲମ୍ବା ୬ମିଟର ଓସାର ବିଶିଷ୍ଠ ହୋଇଥିଲା, ମଝିରେ ମଝିରେ ଭକ୍ତଙ୍କ ବିଶ୍ରାମ ନେବା ବ୍ୟବସ୍ଥା ଓ ସୁ ଷ୍ଟାଣ୍ଡ ମଧ୍ୟ ହୋଇଥିବା ସୂଚନା ରହିଛି। ମାତ୍ର ଆଗାମି ୨୨ରେ ଦେବସ୍ନାନ ପୁର୍ଣିମା ଏବଂ ଜୁଲାଈ ୧୨ରେ ରଥଯାତ୍ରା ଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ରଥ ନିର୍ମାଣ ପରେ ୩ଟି ରଥକୁ ସେହି ଏସି ଟନେଲ ଥିବା ସ୍ଥାନରେ ରଖାଜିବାର ବ୍ୟବସ୍ଥା ହୋଇଛି। ତେଣୁ ଏହାକୁି ଦୃଷ୍ଟିର ରଖି ବଡଦାଣ୍ଡରେ ଲଗାଯାଇଥିବା ଏସି ଟନେଲ ଗୁଡକୁ ଖୋଲାଯାଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *