ଚାଷୀ କାମରେ ଆସୁନି ଚେକ୍ ଡ୍ୟାମ

Spread the love

ଚାଷୀ ଓ ଚାଷର ଉନ୍ନତି କୁ ନେଇ ସରକାରୀ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ କ୍ଷୁଦ୍ର ଜଳସେଚନର ବିଭାଗୀୟ ଅଧିକାରୀ ଙ୍କ ମନମାନୀ ଯୋଗୁ ଏବେ ତାତିଲେ ଚାଷୀ । ଏଠି ଚାଷୀ ଙ୍କ ଅଭିଯୋଗ ଗମେଣ୍ଟ କା ମାଲ ଦରିଆ ମେ ଡାଲ ଭଳି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ହେଉଛି ମାଳ ମାଳ ଚେକ ଡ୍ୟାମ। କିନ୍ତୁ କୌଣସି ଚେକ ଡ୍ୟାମ ଗୁଡିକ ଚାଷୀ ଙ୍କ ସ୍ୱାର୍ଥ ରେ ଲାଗିପାରିଲା ନାହିଁ ।

ସରକାରଙ୍କ ପକ୍ଷରୁ ଚାଷୀ ଓ ଚାଷର ଉନ୍ନତି ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ କିଛି ସରକାରୀ ବାବୁଙ୍କ ମନମାନୀ ଯୋଗୁ ବିଭିନ୍ନ ସମସ୍ୟାର  ସମ୍ମୁଖୀନ ହେଉଛନ୍ତି ଚାଷୀ। ପାଣି ଅଭାବରୁ ଶହଶହ ହେକ୍ଟର ଚାଷ ଜମି ଶୁଖିଲା ପଡିଥିବା ବେଳେ ଉଜୁଡ଼ିବାକୁ ବସିଲାଣି ଅମଳ ଫସଲ।ଆଉ ଏଭଳି ସ୍ଥିତି ପାଇଁ  କ୍ଷୁଦ୍ର ଜଳସେଚନ ବିଭାଗ କୁ ସିଧାସଳଖ ଦାୟୀ କରିଛନ୍ତି ଚାଷୀ । ଏ ଦୃଶ୍ୟ ହେଉଛି ବାଙ୍କୀ ସହର ପାଥପୁର ପଂଚାୟତ ର ଚାରି ଘରିଆ ଅଂଚଳ ର ।କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ମହାନଦୀ ରୁ ସଂଯୋଗ ରହିଥିବା ଜରିପାଟ ନାଳ ରେ ପ୍ରାୟ ୧୦ ରୁ ଉର୍ଦ୍ଧ ଚେକ ଡ୍ୟାମ ନିର୍ମାଣ ହୋଇସାରିଛି । କିନ୍ତୁ ଏହା ଚାଷୀ ଙ୍କ ସ୍ୱାର୍ଥ ରେ ଆସୁନି। ଏଭଳି ପରିସ୍ଥିତି ରେ ପୁନଃ ଲକ୍ଷାଧିକ ବ୍ୟୟ ଅଟକଳ ରେ ପୁଣି ବର୍ଷା ଦିନେ ଏବେ ନିର୍ମାଣ ହେଉଛି ଚେକ ଡ୍ୟାମ ତାହା ବି ଚାଷୀଙ୍କ ବିନା ସହଯୋଗରେ ବୋଲି ଅଭିଯୋଗ ବାଢିଛନ୍ତି ଚାଷୀ।

Leave a Reply

Your email address will not be published. Required fields are marked *