ଚିତାଲାଗି ଅମାବାସ୍ୟା : ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଆଜି ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଚିତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ଶେଷ ପରେ ବାଡ଼ଗ୍ରାହୀ ଦଇତାପତି ଭିତରେ ପ୍ରବେଶ କରିବେ। ଭିତରୁ ଜୟ ବିଜୟ ଦ୍ବାର ବନ୍ଦ କରାଯିବ। ରତ୍ନ ସିଂହାସନ ଉପରକୁ ଯାଇ ଦଇତାପତିମାନେ ଦାରୁବ୍ରହ୍ମଙ୍କ ଶ୍ରୀ ମସ୍ତକରେ ଚିତାଲାଗି କରିବେ। ଏହାପରେ ମହାପ୍ରଭୁଙ୍କ ମହାସ୍ନାନ, ବେଶ, ସନ୍ଧ୍ୟା ଆଳତି ଆଦି ନୀତି ଅନୁଷ୍ଠିତ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *