ପୋଲିସ ପେଟ୍ରୋଲିଙ୍ଗ ସମୟରେ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି ଶ୍ରମିକ। ଶ୍ରମିକମାନଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦଲାଲ ବା ସର୍ଦ୍ଦାର ଖସିଯିବାରେ ସଫଳ ହୋଇଛି l ଟିଟିଲାଗଡ଼ ସହରରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଡଭେଲା ବ୍ଲକ ଅଞ୍ଚଳରୁ କେତେକ ଦାଦନ ଶ୍ରମିକ ଟିଟିଲାଗଡ଼ ରେଲଷ୍ଟେସନ ଅଭିମୁଖେ ଯାଉଥିବାରୁ ପୋଲିସ ସନ୍ଦେହରେ ଅଟକାଇ ପଚରା ଉଚରା କରିଥିଲା। ପରେ ସ୍ଥାନୀୟ ଅଂଚଳର ଜନୈକ ସର୍ଦ୍ଦାର ଶ୍ରମିକ ମାନଙ୍କୁ ଗୁଡଭେଲା ବ୍ଲକ ଅଞ୍ଚଳରୁ ଗତ ସୋମବାର ଦିନ ନିଜ ଗାଁ ବୁର୍ଡିପଡାକୁ ଆଣି ରଖିବା ସହ ଆଜି ଆନ୍ଧ୍ରପ୍ରଦେଶକୁ ଚାଲାଣ କରୁଥିଲା l ତେବେ ଶ୍ରମିକମାନଙ୍କ ମଧ୍ୟରୁ ୧୧ ଜଣ ମହିଳା, ୧୮ ଜଣ ପୁରୁଷ ସମେତ ଛଅ ଜଣ ଶିଶୁ ତଥା ନାବାଳିକା ରହିଥିବା ଜଣାପଡିଛି l ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରି ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି l ସେପଟେ ସମ୍ପୃକ୍ତ ସର୍ଦ୍ଦାର ଘଟଣା ସ୍ଥଳରୁ ଫେରାର ମାରିବାରେ ସକ୍ଷମ ହୋଇଛି l ତେବେ ଦାଦନ ଶ୍ରମିକ ଚାଲାଣ କରୁଥିବା ସର୍ଦ୍ଦାରକୁ ପୋଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ବ୍ୟାପକ କରିଛି l ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଟିଟିଲାଗଡ଼ ପୋଲିସ ନିଜ ଗାଁକୁ ସ୍ୱତନ୍ତ୍ର ଗାଡି ଯୋଗେ ପଠାଇଦେଇଥିବା ସୂଚନା ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now