ନୟାଗଡରେ ୨ ମାସରେ ୬ଟି ମନ୍ଦିରରୁ ଚୋରି

ନୟାଗଡ ଜ଼ିଲ୍ଲାରେ ୨ ମାସରେ ୬ଟି ମନ୍ଦିରରୁ ଚୋରି ହୋଇଛି। ଗତ ଫେବୃଆରୀ ମାସ ୧୯ ତାରିଖରେ ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିଲା। ଠାକୁରଙ୍କ ଅଳଙ୍କାର ସହିତ ହୁଣ୍ଡୀରୁ ଟଙ୍କା ଚୋରି ହୋଇଥିଲା। ସେହି ମାସ ୨୮ ତାରିଖରେ ନୟାଗଡ ପୁରୁଣା ସହର ଗୋପୀନାଥ ମନ୍ଦିରରୁ ଅଳଙ୍କାର ଓ ପୂଜକଙ୍କ ଟଙ୍କା ଚୋରିକରି ନେଇଯାଇଥିଲା। ଗୋପୀନାଥ ମନ୍ଦିର ସମ୍ମୁଖରେ ଥିବା ଦକ୍ଷିଣକାଳୀ ମନ୍ଦିରରୁ ଚୋରି ଉଦ୍ୟମ କରିଥିଲା। ନୟାଗଡ ଟାଉନ ଥାନା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ କ୍ୟାମେରା ଯାଞ୍ଚ କରିଥିଲେ ଚଳିତ ମାସ ୧0 ତାରିଖ ଟାଉନ ଥାନା ପୋଲିସ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଅଞ୍ଚଳର ସୁଶାନ୍ତ କର୍ମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପୋଲିସ ତାକୁ ରିମାଣ୍ଡରେ ଆଣିଥିଲେ। ମନ୍ଦିର ପଛ ରାସ୍ତାରେ ଆସି ପାଚେରୀ ରେ କାଠ ପକାଇ ପାଚେରୀ ଡେଇଁ  ମନ୍ଦିର କୁ ଆସିଥିଲା। ମନ୍ଦିର କବାଟ ତଡିବା ଶହ ହୁଣ୍ଡୀ ଚୋରି ସିନ ରି କ୍ରିଏସନ କରି ଦେଖାଇ ଥିଲା। ଗୋପୀନାଥ ମନ୍ଦିରର ମଧ୍ୟ୍ୟ କେଉଁ ଭଳି ଚୋରି କରିଥିଲା ତାହା ସିନ ରି କ୍ରିଏସନ କରି ଦେଖାଇ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *