ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବଡ଼ବଜାର ନିବାସୀ ସାହାରା ଟ୍ରଷ୍ଟ ହାଇସ୍କୁଲ ର ଛାତ୍ର ଆଶୀର୍ବାଦ ତ୍ରିପାଠୀ ୫୭୩ ତଥା ୯୫.୫୦% ମାର୍କ ରଖି ସମଗ୍ର ଜ଼ିଲ୍ଲା ର ସେକେଣ୍ଡ ଟପ୍ପର ହୋଇ ସ୍କୁଲ ତଥା ଜ଼ିଲ୍ଲା ର ଗୌରବ ବଢ଼ାଇଛନ୍ତି କ୍ଷ ଶ୍ରୀମାନ ତ୍ରିପାଠୀ କ୍ଲାସ ୩ରୁ ସବୁ ମେଧା ବୃତି ପରୀକ୍ଷା ରେ ଉତୀର୍ଣ ହୋଇ ଆସି ଥିବା ବେଳେ ସାହାରା ହାଇସ୍କୁଲ ରେ କ୍ଲାସ ସିକ୍ସ ରୁ ମାଟ୍ରିକ ଏସ-ଏ-୧ ପରୀକ୍ଷା ଯାଏ ଟପ୍ପର ହୋଇ ଆସୁଥିଲେ । ଦିନ କୁ ସେ ୧୮ ଘଂଟା କଠିନ ପରିଶ୍ରମ କରି ଆସି ସ୍କୁଲ ତଥା ଜ଼ିଲ୍ଲା ରେ ଟପ୍ପର ହେବାକୁ ପ୍ରବଳ ଇଚ୍ଛା ବା ଲକ୍ଷ୍ୟ ରଖିଥିଲେ ମାତ୍ର ଖୁବ ସ୍ୱଳ୍ପ ମାର୍କ ବ୍ୟବଧାନ ରେ ଟପ୍ପର ରୁ ବଂଚିତ ହେବାରୁ ସେ ମନ ଉଣା କରିଥିଲେ ସୁଦ୍ଧା ତଥାପି ମୁଁ +୨ ରେ ଉତମ କ୍ୟାରିଅର ଗଢ଼ିବାକୁ ଆଜିଠୁଁ ଦୃଢ଼ ସଂକଳ୍ପ ନେବି ବୋଲି ପ୍ରକାଶ କରିଛନ୍ତି ଏବଂ ମୁଁ ଜଣେ ଡାକ୍ତର ହୋଇ ସବୁ ରୋଗୀ ଙ୍କୁ ଉତମ ବ୍ୟବହାର ଓ ଉତମ ଚିକିତ୍ସା କରି ଆଗାମୀ ପିଢୀ ପାଇଁ ଏକ ଆଦର୍ଶ ସାଜିବି ବୋଲି ଶ୍ରୀମାନ ତ୍ରିପାଠୀ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଶ୍ରୀମାନ ତ୍ରିପାଠୀ ଏଡଭୋକେଟ ନନ୍ଦ କିଶୋର ତ୍ରିପାଠୀ ଙ୍କ ପୁତ୍ର ତଥା ବରିଷ୍ଠ ଏଡଭୋକେଟ ହରିନାରାୟଣ ତ୍ରିପାଠୀ ଙ୍କ ନାତି ଅଟନ୍ତି । ବାପା ମାଆ ଓ ଦାଦା ମାମା ଙ୍କ ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଟିୟୁସନ ସାର ଗୋପବନ୍ଧୁ ସାହୁଙ୍କ ପ୍ରେରଣାରେ ଓ ବିଶେଷ କରି ମୋ ବାପା ଙ୍କ ଭଣଜା ସେଂଟ ଆନି ସ୍କୁଲ ର ବିଗତ ବର୍ଷ ର ଟପ୍ପର ତଥା ପ୍ରଥମ ଥରରେ ଆଇ ଆଇ ଟି ପାଇଥିବା ସ୍ୱସ୍ତିକ ମିଶ୍ର ଙ୍କ ଠାରୁ ମୁଁ ଖୁବ ପ୍ରେରଣା ପାଇ ଉତ୍ସାହିତ ହୋଇଛି ବୋଲି ଶ୍ରୀମାନ ଆଶୀର୍ବାଦ ପ୍ରକାଶ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now