ସାକ୍ଷୀ ହତ୍ୟା ପ୍ରତିବାଦରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

Spread the love

କଟକ/ଭୁବନେଶ୍ୱର : ଦିଲ୍ଲୀରେ ସାକ୍ଷୀ ନାମକ ନାବାଳିକାର ବର୍ବରୋଚିତ ହତ୍ୟା ପ୍ରତିବାଦରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସର୍ବଭାରତୀୟ ସ୍ତରରେ ଦୁଇ ହଜାରରୁ ଅଧିକ ସ୍ଥାନରେ କରାଯାଇଥିବା ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି । ସ୍ମାରକ ପତ୍ରରେ ଦାବୀ କରାଯାଇଛି ଯେ ଲବ ଜେହାଦ ଦ୍ୱାରା ସାକ୍ଷୀର ହତ୍ୟା କରିଥିବା ସାହିଲର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରି ତାକୁ ଫାଶୀ ଦିଆଯାଉ । ଭାରତର କୋଣ ଅନୁକୋଣରେ ଲବଜେହାଦ ଘଟଣା ହଜାର ହଜାର ସଂଖ୍ୟାରେ ଘଟୁଥିବାରୁ ସରକାର ଲବଜେହାଦ ନିରୋଧୀ କେନ୍ଦ୍ରୀୟ ଆଇନ ଆଣନ୍ତୁ । ଯେଉଁ ବ୍ୟକ୍ତି ଏବଂ ସଂସ୍ଥା ଜେହାଦର ପ୍ରଶିକ୍ଷଣ ଦେଉଛନ୍ତି ସେଗୁଡିକୁ ଉପଯୁକ୍ତ ତଦନ୍ତ କରି ପ୍ରତିବନ୍ଧିତ କରିବାପାଇଁ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ତଃରାଷ୍ଟୀୟ ହିନ୍ଦୁ ପରିଷଦର ରାଜ୍ୟ ସଭାପତି ଦୀପକ କୁମାର ମହାନ୍ତ , ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସମ୍ପାଦକ ଦୀନବନ୍ଧୁ ସିଂହ , ରାଷ୍ଟ୍ରୀୟ ଛାତ୍ର ପରିଷଦର ରାଜ୍ୟ ସଭାପତି ମହେନ୍ଦ୍ର ବିଶ୍ୱାଳ , ରାଷ୍ଟ୍ରୀୟ ବଜରଙ୍ଗ ଦଳର କଟକ ଜିଲ୍ଲା ସଭାପତି ୱାଇ. ନରେଶ ଏବଂ ଅନ୍ୟ କାର୍ଯ୍ୟକର୍ତା ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *