ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ଦୁଇ ସାଙ୍ଗ

ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ଦୁଇ ସାଙ୍ଗ। ସାଙ୍ଗ ହୋଇ ଖେଳୁଥିବା ସମୟରେ ଗଡିଆରେ ବୁଡି ମୃତ୍ୟୁବରଣ କରିଛନ୍ତି ଦୁଇ ଜଣ ସପ୍ତମ ଶ୍ରେଣୀର ଛାତ୍ର। ପୁଅକୁ ହରାଇ ପରିବାର ଲୋକମାନଙ୍କ ଆଖିରୁ ଲୁହ ସୁଖିନଥିବା ବେଳେ ଗ୍ରାମରେ ଖେଳିଯାଇଛି ଶୋକର ବାତାବରଣ। କେନ୍ଦ୍ରାପଡା ଜିଲ୍ଲା ବ୍ଲକ ଖୁରୁସିଆ ଗ୍ରାମ ପଞ୍ଚାୟତ ବାନ୍ଧକୁଦ ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା। ସଂଜୟ ମହାପାତ୍ରଙ୍କ ଏକମାତ୍ର ପୁଅ ଦୁର୍ଗାପ୍ରସାଦ ମହାପାତ୍ର ଓ ମନୋରଂଜନ ମହାପାତ୍ରଙ୍କ ଏକମାତ୍ର ପୁଅ ଦିପ୍ୟାଂଶୁ ମହାପାତ୍ର ଗଡିଆରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇ ଜଣଙ୍କ ବୟସ ମାତ୍ର ୧୨ ବର୍ଷ ।  ଉଭୟ ସାଙ୍ଗ ହୋଇ  ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ସୂଚନା ମୁତାବକ ମୃତ୍ୟୁବରଣ କରିଥିବା ଦୁଇ ଛାତ୍ର ଗତକାଲି ମଧ୍ୟାହ୍ନ ୪ ଟା ସମୟରେ ସାଙ୍ଗହୋଇ ଟିଉସନକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକ ଓ ଗ୍ରାମବାସୀ ମାନେ ବହୁତ ଖୋଜାଖୋଜି କରିବାପରେ ଗାଁ ନିକଟରେ ଥିବା ଗଡିଆ ତୁଠରେ ସାଇକେଲ, ଘଣ୍ଟା ଓ ଚପଲ ପଡିରହିଥିବାର ଦେଖିବାକୁ ମିଳିଥିଲା । ସନ୍ଦେହରେ ଗ୍ରାମବାସି ମାନେ ଗଡିଆରେ ବହୁତ ଖୋଜାଖୋଜି କରିବା ପରେ ଦୁଇ ଜଣ ଛାତ୍ରଙ୍କୁ ଗୁରୁତର ଆହାତ  ଅବସ୍ଥାରେ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠା ଯାଇଥିଲା  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *