ହାଇ ଆଲର୍ଟ ମଧ୍ୟରେ ଢେଙ୍କାନାଳ ବନଖଣ୍ଡ

Spread the love

ଶିମିଳିପାଳ ଅଭୟାରଣ୍ୟରେ ଜନ୍ତୁ ଶିକାରୀଙ୍କ ଗୁଳିରେ ଫରେଷ୍ଟର ନିହତ ହୋଇଥିବା ଘଟଣାକୁ ଆଖି ଆଗରେ ରଖି ସତର୍କତା ନିମନ୍ତେ ଢେଙ୍କାନାଳ ବନଖଣ୍ଡ ଜିଲ୍ଲାରେ ଜାରି କରିଛି ହାଇ ଆଲର୍ଟ। ବିଶେଷକରି ବନଖଣ୍ଡର ସୀମାନ୍ତ ଇଲାକା ମଧ୍ୟରେ ଆଠଗଡ, ନରସିଂହପୁର ଏପଟେ ଜିଲ୍ଲାର ହିନ୍ଦୋଳ, ଚିକିଟି, କପିଳାସ ବନାଞ୍ଚଳ ଆଦି ସମ୍ବେଦନଶୀଳ ଭିତରେ ଗତି କରୁଥବା ବନାଞ୍ଚଳରେ ସଜାଗ କରାଯାଇଛି ରାପିଡ଼ ରେସ୍ପନ୍ସ ଟିମ,ଏତତବ୍ୟତୀତ ବନ ବିଭାଗର ଅଫିସର, କର୍ମଚାରୀଙ୍କୁ ବିଭିନ୍ନ ରେଞ୍ଜ ଆଉ ଅଭୟାରଣ୍ୟ ମାନଙ୍କରେ ଆଲର୍ଟ ରଖାଯାଇଥିବା ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି।କୌଣସି ପରିସ୍ଥିତିରେ ଶିକାରୀମାନେ ବନଖଣ୍ଡ ମଧ୍ୟରେ ପ୍ରବେଶ କରି ଅଘଟଣର ଯୋଜନା ଭିଆଇବା ପୂର୍ବରୁ ଯୋଜନାକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରାଯାଇ ଶିକାରୀଙ୍କ ବିରୁଦ୍ଧରେ ଷ୍ଟ୍ରଙ୍ଗ ଆକ୍ସନ ଗ୍ରହଣ କରାଯିବା ନେଇ ଡ଼ି.ଏଫ.ଓ ସୁମିତ କୁମାର କର ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି।

Leave a Reply

Your email address will not be published. Required fields are marked *