ମଙ୍ଗଳପୁର ଥାନା ଘେରିଲେ ବାପଘର ଲୋକ !

Spread the love

ଯାଜପୁର ମଙ୍ଗଳପୁର ଥାନା ଖଜୁରୀମାଳ ଗ୍ରାମରେ ବିବାହର ୧୧ଦିନ ପରେ ନବବଧୂ ହତ୍ୟା ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ ମଙ୍ଗଳପୁର ଥାନା ଘେରିଲେ ମୃତକଙ୍କ ପରିବାର ଵର୍ଗ। ସୂଚନା ମୁତାବକ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ଖଜୁରୀମାଳ ଗ୍ରାମରେ ଭୀମସେନ ପଣ୍ଡାଙ୍କ ବୋହୁ ମଧୂସ୍ମୀତା ଦାସକୁ ହତ୍ୟା କରାଯାଇଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମଙ୍ଗଳପୁର ଥାନା ପକ୍ଷରୁ ଆଇଆଇସି ପବିତ୍ର ମହାରଣା ତଦନ୍ତ ଆରମ୍ଭ କରି ସ୍ୱାମୀ ବିଶ୍ୱଜିତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ଛାଡି ଦେଇଥିଲେ। ତେଣୁ ଆଜି ଅଭିଯୁକ୍ତକୁ ଗିରଫ ଦାବିରେ ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ବରିକୂଳ ଗ୍ରାମର ମୃତ ମଧୁସ୍ମିତାର ବାପା ପରେଶ ଚନ୍ଦ୍ର ଦାଶଙ୍କ ସମେତ ପରିବାର ବର୍ଗ ଓ ଗ୍ରାମବାସୀ ମଙ୍ଗଳପୁର ଥାନାରେ ଧାରଣା ଦେବା ସହ ନ୍ୟାୟ ଦାବି କରିଥିଲେ। ଯାଜପୁର ଏସଡିପିଓ ସରୋଜ ଉପାଧ୍ୟକ୍ଷ ଥାନାରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା।

Leave a Reply

Your email address will not be published. Required fields are marked *