ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧.୧ ମି.ମି. ବର୍ଷା ରେକର୍ଡ଼, ସ୍ଵାଭାବିକ ତୁଳନାରେ ୯୦ ପ୍ରତିଶତ କମ୍

Spread the love

ଭୁବନେଶ୍ଵର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧.୧ ମି.ମି. ବର୍ଷା ରେକର୍ଡ଼ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୧୧ ମି.ମି. ତୁଳନାରେ ୯୦ ପ୍ରତିଶତ କମ୍ ରହିଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

ମୌସୁମୀ ଦୁର୍ବଳ ଯୋଗୁଁ ରାଜ୍ୟରେ ତାତି ସାଙ୍ଗକୁ ବଢିଛି ଗୁଳୁଗୁଳି । ତେବେ ଆଜି ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *